Below header

କରୋନା ଭୟ : ନିଜ ଆପାର୍ଟମେଣ୍ଟରେ ୫୦ କିମି ଦୌଡିଲେ ଧାବକ, ବାଲକୋନୀରେ ଲଗାଇଲେ ୬୨୫୦ ଚକ୍କର

ଚୀନରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିସାରିଲେଣି। ଏହାସହିତ ୩୦ ହାଜରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏଥିଯୋଗୁଁ ଚୀନ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ଫଳରେ ଝୋଜିୟାଙ୍ଗ୍ ହାଙ୍ଗ୍ ଝାଉର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଧାବକ ଘରେ ଦୌଡ଼ିଛନ୍ତି।

dhabak

ଧାବକ ପେନ୍ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କ୍ୟାପଶନ୍ ଲେଖିଛନ୍ତି, ମୁଁ କିଛିଦିନ ଘରୁ ବାହାରକୁ ଯାଇ ନ ପାରିବାରୁ ମୋ’ ବ୍ୟାୟାମ ବନ୍ଦ ହୋଇଗଲା। ଫଳରେ ମୁଁ ଶାନ୍ତିରେ ବସି ପାରିଲିନି କି ଶୋଇ ପାରିଲିନି। ମୁଁ ପ୍ରଥମେ ମୋ’ ରୁମର ବାଲକୋନିରୁ ଦୌଡ଼ିବାକୁ ଲାଗିଲି। ଆପାର୍ଟମେଣ୍ଟ ମଧ୍ୟରେ ୫୦ କିଲୋମିଟର ଦୌଡ଼ିବାକୁ ତାଙ୍କୁ ୪ ଘଣ୍ଟା ୪୮ ମିନିଟ୍ ୪୪ ସେକେଣ୍ଡ୍ ଲାଗିଥିଲା। ସେହିପରି ବାଲକୋନିରେ ସେ ୬୨୫୦ ଚକ୍କର ମାରିଥିଲେ। ଏଥିରେ ତାଙ୍କର ଝାଳ ବୋହିବାରୁ ଆରାମ ଲାଗିଥିଲା। ଅଧିକାଂଶ ୟୁଜର ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଟ୍ରୋଲ୍ କରିଛନ୍ତି।

china

ସୂଚନାଯୋଗ୍ୟ, କରୋନା ଭାଇରସ୍ ପ୍ରାୟ ୨୮ ଦେଶକୁ କବଳିତ କରିସାରିଲାଣି। ଚାଇନା, ଥାଇଲାଣ୍ଡ୍, ଜାପାନ, କୋରିଆ, ତାଇବନ୍, ସିଙ୍ଗାପୁର, ମାଲେସିଆରେ ରହୁଥିବା ଲୋକଙ୍କୁ କରୋନା ଭାଇରସ୍ ତୁରନ୍ତ ଦେଖାଦେଲେ ଫେରିଆସିବାକୁ କୁହାଯାଇଛି। ଭାରତରେ କରୋନା ଭାଇରସ ସଂକ୍ରମଣ ହୋଇଥିବା ୩ଟି କେସ୍‌ ସାମ୍ନାକୁ ଆସିଥିବା ବେଳେ ଏପର୍ଯ୍ୟନ୍ତ କାହାର ମୃତ୍ୟୁଖବର ଦୃଷ୍ଟିଗୋଚର ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.