ଶୋଇଥିବା କୁମ୍ଭୀର ମୁହଁରୁ ମାଂସ ଛଡାଇନେଲା ବାଘ, ଯେତେବେଳେ ନିଦ ଭାଙ୍ଗିଲା ହେଲା ଏପରି ଦେଖନ୍ତୁ ଭିଡିଓ

ପ୍ରାୟ ସମୟରେ ପଶୁ ତଥା ଜୀବଜନ୍ତୁଙ୍କୁ ଅଦ୍ଭୁତ କାମ ସବୁ କରୁଥିବାର ଦେଖିବାକୁ ମିଳେ। ମଣିଷଙ୍କ ଭଳି ଏମାନେ ମଧ୍ୟ ଏମିତି କିଛି କରିଦିଅନ୍ତି ଯାହା କ୍ୟାମେରାରେ କଏଦ ହୋଇଯାଏ। ଏହାକୁ ଦେଖି ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରନ୍ତି, ଏହା ପର ମୁହୂର୍ତ୍ତରେ ଖୁବ୍‌ ଭାଇରାଲ ହୋଇଯାଏ। କେତେବେଳେ ବଡ ଝିଟିପିଟି ଏବଂ ଚିତା ବାଘର ଲଢ଼େଇ କେଉ କିମ୍ବା ସିଂହ ଛୁଆକୁ କୋଳରେ ନେଇଯାଉଥିବା ମାଙ୍କଡର ଭିଡିଓ ହେଉ। ଜୀବ ଜନ୍ତୁ ମାନଙ୍କର ଏହି ଭିଡିଓକୁ ଦେଖିଲେ ଲୋକେ ବହୁତ ଖୁସି ହୋଇଯାନ୍ତି। ପଶୁପକ୍ଷୀଙ୍କର ଅନେକ ଅଜବ କାରନାମାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଏବଂ ଏହାକୁ ଦେଖିବାକୁ ମଧ୍ୟ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଏହିସବୁ ଭିତରେ ଏବେ ସୋସିଆଲ ମିଡିଆରେ ଏକ ହେଟା ବାଘ ଏବଂ କୁମ୍ଭୀରର ଭିଡିଓ ଚର୍ଚ୍ଚାରେ ରହିଛି।

tigerରିପୋର୍ଟ ଅନୁଯାୟୀ ଏହି ଭିଡିଓକୁ ଓ୍ଵାଇଲଡଲାଇଫ ଫିଲ୍ମମେକର ନିକୋଲ ସେୟାର କରିଛନ୍ତି, ଯେଉଁଥିରେ ଏକ ହେଟା ବାଘ ଶୋଇଥିବା କୁମ୍ଭୀର ମୁହଁରୁ ମାଂସ ଚୋରାଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଏକ କୁମ୍ଭୀର ମୁହଁରେ ମାଂସ ରଖି ଶୋଇଥିବା ଦେଖିବାକୁ ମିଳୁଛି। ଠିକ୍‌ ଏହି ସମୟରେ ଏକ ହେଟା ବାଘ ତା ନିକଟକୁ ଆସି କୁମ୍ଭୀର ମୁହଁରୁ ମାଂସ ଚୋରି କରିବାକୁ ଚେଷ୍ଟା କଲା। ବାଘ ମାଂସ ଚୋରି କରୁଥିବାବେଳେ କୁମ୍ଭୀର ନିଦ ଭାଙ୍ଗିଗଲା ଆଉ ବାଘ ଏହାକୁ ଦେଖି ତୁରନ୍ତ ତା ପାଟିରୁ ଖଣ୍ଡେ ମାଂସ ଧରି ଦୌଡି ପଳାଇଲା।

video courtesy : most2D

ଚତୁର ବାଘର ମାଂସ ଚୋରି ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଭିଡିଓ ଦେଖିଲେ ଆପଣ ବି କହିବେ ବାଃ ପଶୁମାନେ ମଧ୍ୟ ଏତେ ଭଲ ଚୋରି କଳା ଜାଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.