Below header

କଳାହାଣ୍ଡି ସିପିଆଇ ମାଓବାଦୀ ପକ୍ଷରୁ ଓଡିଶା ବନ୍ଦ ଡାକରା: ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

କଳାହାଣ୍ଡି: କଳାହାଣ୍ଡି ସିପିଆଇ ମାଓବାଦୀ ପକ୍ଷରୁ ଡ଼ିସେମ୍ବର ୨୮ ତାରିଖ ବନ୍ଦ ଡାକରା ଦେଇ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ ସଙ୍ଗେ ପୋଷ୍ଟର ବ୍ୟାନର ମାଧ୍ୟମରେ ମାଓ ଆନ୍ଦୋଳନ ରେ ସାମିଲ ପାଇଁ ଆହ୍ବାନ। ରାଜ୍ୟ ରାଜପଥ -୪୪ ଜାକମ ନିକଟରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଭବାନୀପାଟଣା-ଥୁଆମୁଳରାମପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି, ବିଶ୍ବନାଥପୁର-ବିଜେପୁର ରାସ୍ତା ରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ପୋଷ୍ଟର ବ୍ୟାନର ରେ ପିଏଲଜିଏ ସପ୍ତାହ କୁ ପାଳନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦମନ ପ୍ରତିବାଦରେ ମାଓବାଦୀ ଙ୍କ ସଂଘର୍ଷ କରିବାକୁ ସମର୍ଥନ ସହ ପୋଲିସ ସୁଚନାଦାତା କୁ ଚେତାବନୀ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.