ଷ୍ଟେସନରେ ଚାଲୁଥିବା ବେଳେ ଏମିତି ହଠାତ୍ ଟ୍ରାକରେ ପଡିଗଲେ ଜଣେ ବ୍ଯକ୍ତି, ମହିଳା ଯବାନ ଏମିତି ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭିଡିଓ

ମୁମ୍ବାଇ ରେଲୱେ ଷ୍ଟେସନରେ ଜଣେ ମହିଳା ଯବାନଙ୍କ ଯୋଗୁଁ ଜଣେ ବ୍ଯକ୍ତିଙ୍କ ଜୀବନ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲା। ଘଟଣାଟି ୨୭ ଡିସେମ୍ବର ଦିନ ଘଟିଥିଲା। ଯାହାର ସିସି ଫୁଟେଜ ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ।

ମୁମ୍ବାଇର ରେଲୱେ ଷ୍ଟେସନରେ ଜଣେ ବ୍ଯକ୍ତି ବୁଲୁଥିବା ବଳେ ହଠାତ୍ ଅସନ୍ତୁଳିତ ହୋଇ ଟ୍ରେନ ଟ୍ରାକକୁ ଖସିପଡିଥିଲେ। ତାଙ୍କ ପାଖରେ ଥିବା ଆଉ ଜଣେ ଲୋକ ମଧ୍ୟ ଜାଣିପାରିଲେନି ସେ ଟ୍ରାକରେ ପଡିଯାଇଥିଲେ। ବ୍ଯକ୍ତି ଜଣକ ଟ୍ରାକରେ ପଡିବା ପରେ ଜଣେ ମହିଳା ଯବାନ ଦୂରରୁ ଦେଖି ଦୌଡି ଦୌଡି ତାଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ। ଠିକ୍ ଏହି ସମୟରେ ସେହି ଟ୍ରାକରେ ଟ୍ରେନ ଆସୁଥିଲା। କିନ୍ତୁ ମହିଳା ଯବାନଙ୍କ ସାହସିକତା ପାଇଁ ବ୍ଯକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା।

କେବଳ ମହିଳା ଜଣକ ନୁହେଁ ବରଂ ସେଠାରେ ଉପସ୍ଥିତି ଥିବା ସମସ୍ତ ଲୋକଙ୍କ ସହାୟତାରେ ସେହି ବ୍ଯକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା। ସୂଚନାଯୋଗ୍ଯ, ଏମିତି ଅନେକ ଭିଡିଓ ଆପଣ ସାମ୍ନାରେ ଦେଖିଥିବେ। ଯେଉଁଠି ରେଲୱେ ପୋଲିସ ପକ୍ଷରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏମିତି ଉଦ୍ଯମ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.