କଳାହାଣ୍ଡି ଜିଲ୍ଲାରେ ସମ୍ମାନ ଭାଗ କଲେ ବିଜେଡି ଓ ବିଜେପି

ଭବାନୀପାଟଣା (କେନ୍ୟୁଜ୍‌) : ଭବାନୀପାଟଣା ମୁନିସିପାଲଟିରେ ୨୦ ଗୋଟି ୱାର୍ଡ଼ ରହି ଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ବିଜେପି ରୁ ବିନିତା ଦାସ , ବିଜେଡି ରୁ ସଂଯୁକ୍ତା ବେହେରା ଓ କଂଗ୍ରେସ ଦଳ ରୁ ମନ୍ଦାକିନୀ ବାଣୁଆ ପ୍ରାର୍ଥୀନୀ ଭାବେ ରେ ଛିଡା ହୋଇ ଥିଲେ । ଭବାନୀପାଟଣା ମୁନିସିପାଲଟି ରେ ଅଧ୍ୟକ୍ଷ। ପ୍ରାର୍ଥୀନୀ ବିଜେଡି ଦଳ ରୁ ସଂଯୁକ୍ତ। ବେହେରା ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିରବିନିତା ଦାସଙ୍କୁ ୮୪୭ ଖଣ୍ଡ ଭୋଟ୍‌୍‌ରେ ହରାଇ ଅଧ୍ୟକ୍ଷ। ଭାବରେ ନିର୍ବାଚିତ ହୋଇଛନ୍ତି ।

ଜୁନାଗଡ଼ ଏନଏସିରେ ମୋଟ ୧୨ ଗୋଟି ଓ୍ଵାର୍ଡ ରହିଥିବା ବେଳେ , ବିଜେପିରୁ ମୁକେଶ କୁମାର ଅଗ୍ରବାଲ , ବିଜେଡିରୁ ମହେଶ କୁମାର ସାହୁ ଓ କଂଗ୍ରେସରୁ ପ୍ରଭାତ କୁମାର ଦାସ ଅଧ୍ୟକ୍ଷ ପଦ ପାଇଁ ଛିପ୍ରାର୍ଥୀ ହୋଇଥିଲେ । ବିଜେପିର ମୁକେଶ କୁମାର ଅଗ୍ରଓ୍ଵାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡିର ମହେଶ୍ କୁମାର ସାହୁଙ୍କୁ ୧୧୭୪ ଭୋଟରେ ପରାଜିତ କରି ବିଜୟ ବାନା ଉଡାଇଛନ୍ତି ।

ଠିକ ସେହି ଭଳି କେସିଙ୍ଗ। ଏନଏସିରେ ମୋଟ ୧୨ ଗୋଟି ଓ୍ଵାର୍ଡ ରହିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ନୃପରାଜ ଯାଦବ, ବିଜେପିରୁ ସଚିନ ଜେନା ଓ କଂଗ୍ରେସରୁ ରାମ କୁମାର ଜେନ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହୋଇଥିଲେ । ଅଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିର ନୃପରାଜ୍ ଯାଦବ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦ୍ୱୀ କଂଗ୍ରେସର ରାମ କୁମାର ଜେନଙ୍କୁ ୯୧୨ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ।

ଧର୍ମଗଡ ଏନଏସିରେ ମୋଟ ୧୪ ଗୋଟି ଓ୍ଵାର୍ଡ ରହିଥିବା ବେଳେ ବିଜେଡିରୁ ରାଜେନ୍ଦ୍ର ମୁନି, ବିଜେପିରୁ ଅଶୋକ ମହାନ୍ତି ଓ କଂଗ୍ରେସରୁ ଅକ୍ଷୟ ନାଏକ ଲଢୁଥିଲେ । ଅଧ୍ୟକ୍ଷ ଭାବେ ବିଜେପିର ଅଶୋକ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ରାଜେନ୍ଦ୍ର ମୁନିଙ୍କୁ ୨୪୬୧ ଖଣ୍ଡ ଭୋଟ୍‌୍‌ରେ ପରାଜିତ କରି ନିର୍ବାଚିତ ହୋଇଛନ୍ତି ।

ମୋଟ କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣା ମୁନିସିପାଲଟି ଓ କେସିଙ୍ଗ। ଏନଏସିରେ ଅଧ୍ୟକ୍ଷ ପଦ ବିଜେଡି ଭାଗରେ ପଡିଥିବା ବେଳେ ଅନ୍ୟ ଦୁଇ ଆସନ ଜୁନାଗଡ଼ ଏନଏସି ଓ ଧର୍ମଗଡ ଏନଏସି ବିଜେପି ଖାତାକୁ ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.