Below header

ପୌରାଞ୍ଚଳରେ ବି ନବୀନଙ୍କ ଯାଦୁ: ପୁଣି ବାଜିଲା ଶଙ୍ଖଧ୍ୱନୀ , ମହାନଗର ନିଗମରେ ୧୦୦ ରୁ ୧୦୦

(କେନ୍ୟୁଜ୍‌) :  ପୌର ନିର୍ବାଚନରେ ବିଜେଡି ଭିକ୍ଟ୍ରି। ଗ୍ରାମାଞ୍ଚଳ ପରେ ପୌରାଞ୍ଚଳରେ ବି ଦେଖିବାକୁ ମିଳିଛି ବିଜେଡିର ବିଜୟ ଯାତ୍ରା। ନବୀନଙ୍କ ମ୍ୟାଜିକ୍‌ ଆଗରୁ ପୁଣି ବିଫଳ ହେଲେ ବିରୋଧୀ। ବିଜେଡିର ସଫଳତା ହାର ରହିଛି ପ୍ରାୟ ୭୦ ପ୍ରତିଶତ। ମେୟର ରେସ୍‌ରେ ହଣ୍ଡ୍ରେଡ୍‌ ପ୍ରସେଣ୍ଟ ରେଜଲ୍ଟ ପାଇଛି ବିଜେଡି। ଅଧ୍ୟକ୍ଷ ରେସରେ ବିଜେପି ସଫଳତା ହାର ୧୪ ପ୍ରତିଶତ ଥିବା ବେଳେ କଂଗ୍ରେସର ପାଖାପାଖି ୭ ପ୍ରତିଶତ ରହିଛି।

ସେହିପରି ପୌରାଞ୍ଚଳରେ ବି ନବୀନଙ୍କ ଯାଦୁ ଦେଖିବାକୁ ମିଳିଛି । ପୁଣି ଚାରିଆଡେ ଶୁଭିଲା ଶଙ୍ଖଧ୍ୱନୀ। ଉତ୍ସାହିତ ବିଜେଡି କର୍ମୀ। ପଞ୍ଚାୟତ ପରେ ସହରାଞ୍ଚଳରେ ବି ବିଡେଡିର ବାଜିମାତ୍‌ ହୋଇଛି । ୩ ମହାନଗର ୧୦୫ ପୌର ଅଞ୍ଚଳ ପାଇଁ ହୋଇଥିଲା ଗଣତି। ମହାନଗର ନିଗମରେ ଶତ ପ୍ରତିଶତ ସଫଳତା। ୧୦୫ ପୌରପାଳିକା ଓ ଏନ୍‌ଏସି ମଧ୍ୟରୁ ୭୩ ଅଧ୍ୟକ୍ଷପଦ ଜିତିଛି ବିଜେଡି। ପ୍ରାୟ ୭୦ ପ୍ରତିଶତ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଛନ୍ତି ବିଜେଡି ପ୍ରାର୍ଥୀ।

ସେପଟେ ଏଥର ନିର୍ବାଚନରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ। ଅନ୍ୟ ୧୦୫ ପୌରାଞ୍ଚଳରୁ
ବିଜେଡିରୁ ୭୩ ଅଧ୍ୟକ୍ଷ ହୋଇଥିବା ବେଳେ ବିଜେପିରୁ ୧୬, କଂଗ୍ରେସରୁ ୭ ଓ ଅନ୍ୟନ୍ୟରୁ ୯ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅର୍ଥାତ ବିଜେଡିର ୭୦ ପ୍ରତିଶତ ସଫଳତା ଆଗରେ ବିଜେପିର ସଫଳତା ହାର ୧୪.୮୧ ପ୍ରତିଶତ। କଂଗ୍ରେସର ୬.୪୮ ପ୍ରତିଶତ ଓ ଅନ୍ୟନ୍ୟରୁ ସଫଳତା ହାର ରହିଛି ୮.୩୩ ପ୍ରତିଶତ।

୨୦୧୩-୧୪ ନିର୍ବାଚନରେ ୯୪ଟି ପୌରପରିଷଦରୁ ବିଜେଡି ୭୦, କଂଗ୍ରେସ ୧୫, ବିଜେପି ୩ ଓ ୬ ସ୍ୱାଧୀନ ପ୍ରାର୍ଥୀ ମେୟର କିମ୍ବା ଅଧ୍ୟକ୍ଷ ହୋଇଥିଲେ। ଅର୍ଥାତ ୮ ବର୍ଷ ତଳେ ପ୍ରାୟ ୭୪. ୪୬ ପ୍ରତିଶତ ପୌରାଞ୍ଚଳରେ ଥିଲେ ବିଜେଡି ମେୟର କିମ୍ବା ଅଧ୍ୟକ୍ଷ। ଏଥର ବିଜେଡି ସ୍ଥିତି ପ୍ରାୟ ସ୍ଥିର ରହିଥିବା ବେଳେ କଂଗ୍ରେସ ସ୍ଥାନ ଖସିଛି ଓ ବିଜେପି ଦ୍ୱିତୀୟ ସ୍ଥାନକୁ ଆସିଛି।

ଗଣତି ହୋଇଥିବା ୧୮୮୮ ୱାର୍ଡରୁ ବିଜେଡି ପ୍ରାର୍ଥୀ ୧୨୫୯ରେ ବିଜୟୀ ହୋଇଛନ୍ତି। ଅର୍ଥାତ ପ୍ରାୟ ୬୮ ପ୍ରତିଶତ ୱାର୍ଡରେ ଶୁଭିଛି ଶଙ୍ଖଧ୍ୱନୀ। ବିଜେପି ୩୦୫, କଂଗ୍ରେସ ୧୪୧ , ୧୩୩ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଞ୍ଚାୟତ ସଫଳତା ତୁଳନାରେ ବିଜେଡିର ପୌର ସଫଳତା ସମାନ୍ୟ କମ୍‌ ରହିଛି। କିନ୍ତୁ ପ୍ରଥମ ସ୍ଥାନରେ ଥିବା ବିଜେଡି ଆଖପାଖରେ ବି ପହଞ୍ଚି ପାରି ନାହାନ୍ତି ବିରୋଧୀ।

୭୩ ପୌରାଞ୍ଚଳରେ ଅଧ୍ୟକ୍ଷପଦ ଜିତିଛି ବିଜେଡି
୭୦% ପୌରାଞ୍ଚଳର ଅଧ୍ୟକ୍ଷ ବିଡେଡି ପ୍ରାର୍ଥୀ

ପୌର ଜନାଦେଶ
୧୦୫ ପୌରାଞ୍ଚଳ
ବିଜେଡି- ୭୩
ବିଜେପି- ୧୬
କଂଗ୍ରେସ- ୭
ସ୍ୱାଧୀନ – ୯

ଅଧ୍ୟକ୍ଷପଦ
ସଫଳତା ହାର
ବିଜେଡି ୭୦%
ବିଜେପି- ୧୪.୮୧ %
କଂଗ୍ରେସ- ୬.୪୮%
ସ୍ୱାଧୀନ- ୮.୩୩ %

ପୌର ନିର୍ବାଚନ(୨୦୧୩-୧୪ )
ପୌରାଞ୍ଚଳ ୯୪
ବିଜେଡି- ୭୦
କଂଗ୍ରେସ- ୧୫
ବିଜେପି – ୩
ସ୍ୱାଧୀନ- ୬

ପୌର ନିର୍ବାଚନ(୨୦୧୩-୧୪ )
ପୌରାଞ୍ଚଳ ୯୪
୭୪. ୪୬% ପୌରାଞ୍ଚଳରେ ଥିଲେ ବିଜେଡି ମେୟର କିମ୍ବା ଅଧ୍ୟକ୍ଷ

ପୌର ନିର୍ବାଚନ
୨୦୨୨- (୨୦୧୩-୧୪ )
ବିଜେଡି- ୭୬-୭୦
କଂଗ୍ରେସ-୭- ୧୫
ବିଜେପି – ୧୬-୩
ସ୍ୱାଧୀନ- ୭-୯

ପୌର ନିର୍ବାଚନ
ମୋଟ ୱାର୍ଡ ୧୮୮୮
ବିଜେଡି – ୧୨୫୯
ବିଜେପି- ୩୦୫
କଂଗ୍ରେସ- ୧୪୧
ସ୍ୱାଧୀନ- ୧୩୩

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.