ଆଜି କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

କଳାହାଣ୍ଡି(କେନ୍ଯୁଜ୍) : ଆଜି କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଶହ ଶହ ସଂଖ୍ୟାରେ ପଶୁଙ୍କ ବଳିରେ ରକ୍ତରଞ୍ଜିତ  ହୋଇଥିଲା ରାଜରାସ୍ତା। ମୂଳାଷ୍ଟମୀଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ଯନ୍ତ ସ୍ୱତନ୍ତ୍ର ଭାବେ ମାଆଙ୍କର ତନ୍ତ୍ର ରୀତିରେ ପୂଜାର୍ଚ୍ଚନା ହୋଇଥାଏ । ଏହା ପରେ ମହାନବମୀରେ ଦେବାଖୋଲରୁ ମାଆଙ୍କ ପ୍ରତୀକ ସ୍ୱରୂପ ଛତର ଯାତ୍ରା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମହାଷ୍ଟମୀ ତିଥିର ମଧ୍ୟ ରାତ୍ରରେ ମହାକାଳ ଭୈରବଙ୍କ ସମ୍ମୁଖରେ ପୋଢ ବଳି ଦେବା ପରେ ଭାବାନୀପାଟଣାର ପଶ୍ଚିମରେ ଅବସ୍ଥିତ ଫାସି ଡଙ୍ଗର ନିକଟ ଜେନାଖାଲକୁ ମାଙ୍କ ପ୍ରତିକଙ୍କୁ ନିଶାର୍ଦ୍ଧରେ ନିଆଯାଇଥାଏ ।

balhiଜେନାଖାଲରେ ମାଆଙ୍କ ଗୁପ୍ତନୀତି ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଛତର । ମାଙ୍କ ଫେରିବା ବାଟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଭକ୍ତ ଦର୍ଶନ କରିବା ସହ ମାନସିକଧାରୀମାନେ ପଶୁ ପକ୍ଷୀ ବଳି ଦେଇଥିଲେ । ବଳି ପ୍ରଥା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ସଚେତନତା ସୃଷ୍ଟି କରାଯାଉଥିଲେ ବି ଏହା ଫେଲ ମାରିଛି ।

Leave A Reply

Your email address will not be published.