Below header

ଗଜପତି ବାରଘରରେ ସ୍ଥିତି ଅନୁଧ୍ୟାନ ପରେ ବାତ୍ୟା ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଗଜପତି ଜିଲ୍ଲାର ବାରଘର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ଗଜପତି ବାରଘରରେ ସ୍ଥିତି ଅନୁଧ୍ୟାନ ପରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆସିବ । ପାହାଡ଼ ଉପରେ ଥିବା ୭୬ ପରିବାରକୁ ଥଇଥାନ କରାଯିବ । ୪ ଡେସିମିଲ ଜାଗାରେ ବିଜୁ ପକ୍କାଘର ଯୋଗାଇ ଦିଆଯିବ । ଥଇଥାନ ଯାଏ ରିଲିଫ କାର‌୍ୟ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଗଜପତି ଜିଲ୍ଲା ଗଙ୍ଗାବାଡ଼ରେ ପହଞ୍ଚିବା ପରେ ତିତଲି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଏହାସହ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ବିପନ୍ନମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି ।

naveen-patnaikଏହାପୂର୍ବରୁ ଗତକାଲି ତିତ୍‌ଲିରେ କ୍ଷତିଗ୍ରସ୍ତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ପାଇଁ ୧୦୨ କୋଟିର ପ୍ରାଥମିକ ରିଲିଫ୍‌ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରବର୍ତ୍ତୀ ପର୍ଯ୍ଯାୟରେ ପୁଣି ସହାୟତା ଦିଆଯିବ ବୋଲି ଟ୍ଵିଟ ଯୋଗେ ମୁଖ୍ୟମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ । ନିକଟରେ ଆକାଶମାର୍ଗରୁ ବାତ୍ୟା ଓ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ନବୀନ ।

twitt ତିତଲିରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅଧିକ ପ୍ରଭାବିତ ହୋଇଛି । ଏହି ତିନି ଜିଲ୍ଲାରେ ଏବେ ପୁନଃନିର୍ମାଣ ଓ ଥଇଥାନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବିପନ୍ନଙ୍କୁ ରିଲିଫ ପ୍ରଦାନ ସାଙ୍ଗକୁ ରାସ୍ତା ମରାମତି, ବିଜୁଳି  ଓ ପାନୀୟ ଜଳ ଯୋଗାଣ ଫୋକସରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.