ଘଟଗାଁର ଅଟେଇ ସଂରକ୍ଷିତ ଜଙ୍ଗଲରେ ପ୍ରେମୀ ଯୁଗଳଙ୍କ ଭିଜୁଆଲ ଭାଇରାଲ ଘଟଣା, ୪ ଗିରଫ

ଘଟଗାଁ(କେନ୍ଯୁଜ୍) : ଘଟଗାଁର ପୋଇଜାମୁଳା ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ପ୍ରେମୀ ଯୁଗଳଙ୍କ ଭିଜୁଆଲ ଭାଇରାଲ ଘଟଣାରେ ୪ ଅଭିଯୁକ୍ତ ଗିରଫ । କିଛି ଦିନ ତଳେ ଜଣେ କଲେଜ ଛାତ୍ରୀ ଓ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ କିଛି ସ୍ଥାନୀୟ ଲୋକ ଧରିଥିଲେ । ସେମାନଙ୍କୁ ଠେଲାପେଲ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସେମାନଙ୍କୁ ପୋଲିସ ଜିମା ଦେଇଥିଲେ ସ୍ଥାନୀୟ ଲୋକ । ତେବେ ଘଟଣା ସମୟର ଦୃଶ୍ୟ ଭାଇରାଲ ଘଟଣା ନେଇ ଅଭିଯୋଗ ପରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ  କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.