ଜଗାଠୁ ଅଲଗା ହୋଇ ସବୁଦିନ ପାଇଁ ଚାଲିଗଲା କାଳିଆ, ଆଜି କନ୍ଧମାଳ ମିଲୁପଡ଼ା ଗାଁରେ ହେବ ଶେଷକୃତ୍ୟ

ଭୁବନେଶ୍ବର: ଛିଣ୍ଡିଲା ଜଗା-କାଳିଆ ଡୋରି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ରେ କାଳିଆର ମୃତ୍ୟୁ ହୋଇଛି । ଆଜି ତାର ଶେଷକୃତ୍ୟ କରାଯିବ। ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ କନ୍ଧମାଳ ଜିଲ୍ଲା ଫିରଙ୍ଗିଆ ବ୍ଲକ ମିଲୁପଡ଼ାକୁ ନିଆଯାଇଛି। ଗାଁରେ ପହଞ୍ଚିବା ପରେ ସମଗ୍ର ପରିବେଶରେ ଶୋକର ଛାୟା ଖେଳିଯାଇଛି। କାଳିଆ ସେପ୍ଟିସିମିଆ ଓ ନିମୋନିଆ ରୋଗରେ ପୀଡ଼ିତ ଥିଲା । ସାତ ଦିନ ହେବ ତାର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା ।

ସବୁ ଚେଷ୍ଟା ସତ୍ତ୍ୱେ କାଳିଆକୁ ବଞ୍ଚାଇ ପାରିଲେ ନାହିଁ ଡାକ୍ତରୀ ଟିମ୍‌ । ୨୦୧୭ରେ ଦିଲ୍ଲୀ ଏମ୍‌ସରେ ସେମାନଙ୍କର ବିରଳ ଅପରେସନ୍‌ରେ ଅଲଗା ହୋଇଥିଲେ ଯୋଡ଼ା ମୁଣ୍ଡ ଯାଆଁଳା ଭାଇ । ଦୁଇ ବର୍ଷ ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରୁ ଦିଲ୍ଲୀରୁ ଦୁଇ ଭାଇ ଫେରିଥିଲେ କଟକ ଏସସିବି ।

jaga kaliaରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଆର୍ଥିକ ସହାୟତାରେ ଦୁଇ ଭାଇ ଓ ତାଙ୍କ ପରିବାରକୁ ଓଡ଼ିଶାରୁ ଦିଲ୍ଲୀ ଏବଂ ପରେ ପୁଣି ଓଡ଼ିଶାକୁ ଅଣାଯାଇଥିଲା । କିନ୍ତୁ ଅଧାବାଟରେ ଛିଣ୍ଡିଗଲା କାଳିଆ ଜୀବନ ଡ଼ୋର । ଯୋଡ଼ାମୁଣ୍ଡ ଶିଶୁ ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା କନ୍ଧମାଳର ଦୁଇ ଶିଶୁ ମଧ୍ୟରୁ କାଳିଆକୁ ବଞ୍ଚାଇ ପାରିଲେନି ଡାକ୍ତର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.