Below header

ଜାତୀୟ ସମ୍ବିଧାନ ଦିବସ: ୧୯୪୯ ମସିହା ଆଜିର ଦିନରେ ଭାରତ ବିଧାନସଭା ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା ଭାରତର ସମ୍ବିଧାନ

ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ । ଏହାକୁ ଜାତୀୟ ଆଇନ ଦିବସ ମଧ୍ୟ କୁହାଯାଏ । ଭାରତରେ ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ କରାଯାଇଥାଏ । ୨୬ ନଭେମ୍ବର ୧୯୪୯ରେ ଭାରତ ବିଧାନସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନ ଗ୍ରହଣ କରିଥିଲା । ୨୬ ଜାନୁଆରୀ ୧୯୫୦ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ।

ଏହି ଦିବସ ପାଳନର ଉଦ୍ଦେଶ୍ୟ, ଲୋକଙ୍କୁ ଭାରତର ସମ୍ବିଧାନର ମହତ୍ୱ ସଂପର୍କରେ ଅବଗତ କରାଇବା । ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ।

national 1ସମ୍ବିଧାନ ଦିବସ ଅବସରରେ ଦିନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନର ମୁଖବନ୍ଧ ପାଠ କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଯୋଗ ଦେବାକୁ ୟୁଜିସି ଅନୁରୋଧ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.