Below header

ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ବାତ୍ଯା ନିଭାର: ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ, ଦୁଇ ରାଜ୍ୟରେ ଆଜି ଛୁଟି ଘୋଷଣା

ତାମିଲନାଡୁ : ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ ବାତ୍ୟା ନିଭାର । ରାତି ୧୧ଟା ୩୦ରୁ ୨ଟା ୩୦ ମଧ୍ୟରେ ନିଭାର ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ଦୁର୍ବଳ ହୋଇ ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି ।

cycloneଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ୧୦୦ରୁ ୧୧୦ କିଲୋମିଟର ରହିଥିଲା । ପୁଡୁଚେରୀରେ ଏବେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିଛି । ଏବେ ବାତ୍ୟା ନିଭାର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ନିଭାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା, ପବନ ହୋଇଛି । ବାତ୍ୟା ଯୋଗୁ ୭ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ଇଣ୍ଡିଗୋ ପକ୍ଷରୁ ୪୯ଟି ବିମାନ ଉଡାଣ ବାତିଲ କରାଯାଇଛି । ଦୁଇ ରାଜ୍ୟରେ ସରକାର ଆଜି ଛୁଟି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.