ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ସଲମାନ, ଶାହାରୁଖ, ହ୍ରିତିକ, କ୍ୟାଟ୍ରିନା ଏବଂ ଦୀପିକା

ସଲମାନ ଖାନ, ଶାହାରୁଖ ଖାନ, ହ୍ରିତିକ ରୋଶନ, କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ଗୋଟିଏ ଫିଲ୍ମରେ ଅଭିନୟ କରିପାରିବେ କି ? ଅଧିକାଂଶ ଲୋକେ ଏହାକୁ ଥଟ୍ଟା ବୋଲି ଭାବିବେ ନଚେତ କହିବେ ଏହା ଅସମ୍ଭବ, କିନ୍ତୁ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର ଏହି ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରହିଛି ।

ସୂଚନା ଅନୁଯାୟୀ ଆଦିତ୍ୟ ଚୋପ୍ରା ଏକ ଫିଲ୍ମ ପ୍ଲାନ କରୁଛନ୍ତି ଯାହା 2023 ରେ ମୁକ୍ତିଲାଭ କରିବ। ଏହି ସମସ୍ତ କଳାକାର ଏହି ଫିଲ୍ମରେ ଏକାଠି ନଜର ଆସିବେ । ଏହାକୁ ୟଶ ରାଜ ଫିଲ୍ମସର SPY-UNIVERSE କହିପାରିବେ । ଏହି ସମସ୍ତ କଳାକାରଙ୍କୁ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ ।

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ‘ ଏକ ଥା ଟାଇଗର’ ଚଳଚ୍ଚିତ୍ରରେ ଏଜେଣ୍ଟ ଭୂମିକାରେ ଅଭିନୟ କରିସାରିଛନ୍ତି ଏବଂ ଏହି ଚଳଚ୍ଚିତ୍ରରେ ସେମାନଙ୍କର ଏହି ଭୂମିକା ରହିବ । ହ୍ରିତିକ ରୋଶନ ‘ୱାର’ର ଭୂମିକାକୁ ଆଗକୁ ନେଇପାରନ୍ତି । ଏମିତିକି ଏହା ‘ୱାର’ର ସିକ୍ୱେଲ ମଧ୍ୟ ହୋଇପାରେ ଯେଉଁଥିରେ ସଲମାନ ‘ଟାଇଗର’ ଏବଂ ଶାହାରୁଖ ‘ପଠାନ’ ଅନ୍ଦାଜରେ ନଜର ଆସିବେ । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ୟଶ ରାଜ ଫିଲ୍ମସ୍ ତରଫରୁ ଏହା ନିଶ୍ଚିତ କରାଯାଇନାହିଁ କିନ୍ତୁ ଏହି ଖବରକୁ ନେଇ ଏବେ ବଲିଉଡରେ ବହୁତ ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.