Below header

କଟକ ନୟାସଡ଼କ IIFL ସଂସ୍ଥାରୁ ସୁନା ଲୁଟ ଘଟଣା, ମାଷ୍ଟର ମାଇଣ୍ଡ ନୀଳିମା ଲେଙ୍କା ଗିରଫ

କଟକ: କଟକ ନୟାସଡ଼କ IIFL ସଂସ୍ଥାରୁ ସୁନା ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ନୀଳିମା ଲେଙ୍କାଙ୍କୁ ୧୪ ଦିନ ପାଇଁ ଚୌଦ୍ୱାର ଜେଲ୍‌କୁ ନିଆଯାଇଛି । ନୀଳିମାଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିଲା । କିନ୍ତୁ ଜାମିନକୁ ଖାରଜ କରି ଦେଇଥିଲେ ଏସ୍‌ଡିଜେଏମ୍‌ଙ୍କ ଅଦାଲତ ।

ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ ସାଗର ରାୟଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡରେ ଛାଡିଛନ୍ତି ଏସ୍‌ଡିଜେଏମ୍‌ । ଗତକାଲି ରାତିରୁ ୨୮ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ଛଡା ଯାଇଛି । ରିମାଣ୍ଡ ସମୟରେ ପୋଲିସ ଅଧିକ ତଥ୍ୟ ବାହାର କରିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.