Below header

ନୂଆ ବର୍ଷରୁ ନୂଆ ଟ୍ୱିଟର, ଆରମ୍ଭ ହେବାକୁ ଯାଉଛି ପବ୍ଲିକ ବ୍ଲୁ ଟିକ ଭେରିଫିକେସନ

ଭାରତରେ ଟ୍ୱିଟର ଆକାଉଣ୍ଟ ଭେରିଫିକେସନ ପ୍ରୋଗ୍ରାମ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଗତ ଦୁଇ ବର୍ଷ ଧରି ଅନେକ ସମାଲୋଚନାର ସମ୍ମୁଖୀନ ହେବା ପରେ ଟ୍ୱିଟର ଏହି ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର ଏକ ବ୍ଲଗ୍ ପୋଷ୍ଟରେ ଏହି ସୂଚନା ଦେଇଛି । ଟ୍ୱିଟର ଆକାଉଣ୍ଟ ଭେରିଫିକେସନ ପ୍ରୋଗ୍ରାମ ନୂଆ ବର୍ଷରେ ଆରମ୍ଭ ହୋଇପାରେ । ଏଥି ସହିତ କମ୍ପାନୀ ଫିଡବ୍ୟାକ ମଧ୍ୟ ମାଗିଛି ଯାହା ଆରମ୍ଭ ହୋଇସାରିଛି ଏବଂ ଏହା ଡିସେମ୍ବର 8 ରେ ଶେଷ ହେବ ।

2017 ରେ ଟ୍ୱିଟର ପବ୍ଲିକ ଭେରିଫିକେସନ ବନ୍ଦ କରିଦେଇଥିଲା । ବର୍ତ୍ତମାନ, ତିନି ବର୍ଷ ପରେ, କମ୍ପାନୀ ପୁଣିଥରେ ଆକାଉଣ୍ଟ ଭେରିଫିକେସନ ଆରମ୍ଭ କରିବାକୁ ଯାଉଛି, ଯଦିଓ ଅନେକ ଡାକ୍ତରୀ, ରାଜନୈତିକ, ସାମ୍ବାଦିକ, ଅଭିନେତା ଏବଂ ସାମାଜିକ କର୍ମୀ ମାନଙ୍କର ଆକାଉଣ୍ଟ ଆକାଉଣ୍ଟ ଭେରିଫିକେସନ ହୋଇଛି ।

13 Essential Twitter Stats to Guide Your Strategy | Sprout Social

ନୂଆ ବର୍ଷର ଆରମ୍ଭରେ ୬ ପ୍ରକାରର ଆକାଉଣ୍ଟ ଭେରିଫିକେସନ ହେବ ଯେଉଁଥିରେ : ସରକାରୀ କମ୍ପାନୀ, ବ୍ରାଣ୍ଡ, ନନ-ପ୍ରଫିଟ ଅର୍ଗାନାଇଜେସନ, ସମ୍ବାଦ, ମନୋରଞ୍ଜନ, କ୍ରୀଡା, ସଂଗଠକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ଯଦିଓ ଟ୍ୱିଟର ଏହା ମଧ୍ୟ କହିଛି ଯେ, ଯାହାର ଫଲୋଅର୍ସ ଅଧିକ ସେମାନଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯିବ ।

କମ୍ପାନୀ କହିଛି ଯେ ସେହି ଆକାଉଣ୍ଟଗୁଡିକର ଭେରିଫିକେସନ ହଟା ବି ଯାଇପାରେ ଯିଏ ବାରମ୍ବାର ନିୟମ ଉଲ୍ଲଂଘନ କରନ୍ତି । ହିଂସାତ୍ମକ, ଘୃଣ୍ୟ କିମ୍ବା ଦେଶର ଅଖଣ୍ଡତା ବିରୁଦ୍ଧରେ ପୋଷ୍ଟ କରୁଥିବା ବ୍ଲୁ ବ୍ୟାଗେଜକୁ ବି ହଟାଇ ଦିଆଯିବ । ଯଦିଓ ଏହି ପ୍ରକ୍ରିୟା ସ୍ୱୟଂଚାଳିତ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.