ଗୁରୁଶିଷ୍ୟର ପରମ୍ପରାକୁ ଉଜ୍ଜୀବିତ କଲେ ସାଂସଦ ଡା. ଅଚ୍ୟୁତ ସାମନ୍ତ, ଗୁରୁଙ୍କୁ କଲେ ସମ୍ବର୍ଦ୍ଧନା
ଜଗତସିଂହପୁର ରଘୁନାଥପୁର ନିକଟ କଲରାପଟି ଗାଁରେ ରହୁଥିବା କଲରାବାଙ୍କ ୟୁପି ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କର ପିଲା ଦିନର ଶିକ୍ଷକ ନୃସିଂହ ନାୟକଙ୍କୁ ସମ୍ବର୍ଦ୍ଧନା ସହ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଗୁରୁ ପୂଜା କରିଥିଲେ ଡ. ସାମନ୍ତ । ନୃସିଂହ ନାୟକଙ୍କ ବୟସ ୯୫ ବର୍ଷ। ଏହି ଅବସରରେ ନୃସିଂହ ନାୟକ ଡ. ସାମନ୍ତଙ୍କୁ ଆଶୀର୍ବାଦ କରିଥିଲେ।ସେହିପରି ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ଅବସରପ୍ରାପ୍ତ ଶିକ୍ଷକ ଡ. କୁଶ ନନ୍ଦଙ୍କ ଘରେ ପହଞ୍ଚି ଡ. ସାମନ୍ତ ତାଙ୍କ ପିଲାଦିନର ଶିକ୍ଷକଙ୍କୁ ବନ୍ଦାପନା କରିବା ସହ ପୁଷ୍ପଗୁଚ୍ଛ, ଉପୋଢୌକନ ଦେବା ସହିତ ଦୀର୍ଘାୟୂ କାମନା କରିଥିଲେ। ଏହି ଅବସରରେ ଡ. ସାମନ୍ତଙ୍କ ସହ ଉପସ୍ଥିତ ଥିଲେ ତାଙ୍କ ପିଲାଦିନର ସହପାଠୀ ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ। ଏହି ଅବସରରେ ଶିକ୍ଷକଙ୍କ ପରିବାର ସହ ମିଶି ସୁଖଦୁଃଖ ବୁଝିଥିଲେ ଡ. ସାମନ୍ତ।