କୃଷି ଶ୍ରମିକଙ୍କ ଜୀବନଜୀବିକା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ଲୋକସଭାରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ

କୃଷି ଶ୍ରମିକଙ୍କ ଜୀବନଜୀବିକା ଓ କଲ୍ୟାଣ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ସେମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ନେଇ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଲୋକସଭାରେ ପ୍ରଶ୍ନ ପଚାରିଥିଲେ।

କୃଷି ଶ୍ରମିକଙ୍କ ଜୀବନଜୀବିକା ଓ କଲ୍ୟାଣ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ସେମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ନେଇ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଲୋକସଭାରେ ପ୍ରଶ୍ନ ପଚାରିଥିଲେ।

ଏହିସବୁ କଲ୍ୟାଣକାରୀ ଯୋଜନାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର କେତେ ସଂଖ୍ୟକ କୃଷି ଶ୍ରମିକ ଉପକୃତ ହୋଇଛନ୍ତି ତାର ବିବରଣୀ ଦେବାକୁ ପ୍ରଶ୍ନ କରିଥିଲେ। କନ୍ଧମାଳ ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ ରୋଜଗାର ଯୋଜନା (ଏମଏନଆରଇଜିଏସ) କାର୍ଯ୍ୟକାରୀ କରାଯିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଅଭିଯାନ ଯୋଜନା, ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା, କୌଶଳ ବିକାଶ ଯୋଜନା, ପିଏମ୍ ବିଶ୍ୱକର୍ମା ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଯାଦବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ରୁ କାର୍ଯ୍ୟକାରୀ କରାଯାଇଥିବା ଇ-ଶ୍ରମ ପୋର୍ଟାଲରେ ଏବେ ସୁଦ୍ଧା କନ୍ଧାମାଳ ଜିଲ୍ଲାର ୧ଲକ୍ଷ ୩୭ ହଜାର ୪୫୦ କୃଷି ଶ୍ରମିକଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ଅନ୍ୟପକ୍ଷରେ ପିଏମଜେଜେବିୱାଇ ଯୋଜନାରେ କନ୍ଧମାଳର ୧ଲକ୍ଷ ୧୩ ହଜାର ୧୮୭ ଓ ବୌଦ୍ଧ ଜିଲ୍ଲାର ୭୧ ହଜାର ୭୨୨ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ପିଏମଏସବିୱାଇ ଯୋଜନାରେ କନ୍ଧମାଳ ଜିଲ୍ଲାର ୨ ଲକ୍ଷ ୯୫ ହଜାର ୨୯୫ ଏବଂ ବୌଦ୍ଧ ଜିଲ୍ଲାର ୧ଲକ୍ଷ ୮୬ ହଜାର ୬୬୭ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ପିଏମଏସୱାଇଏମ୍ ଯୋଜନାରେ କନ୍ଧମାଳ ଜିଲ୍ଲାର ୨୬୦୬ ଓ ବୌଦ୍ଧ ଜିଲ୍ଲାର ୨୩୬୬ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉତ୍ତର ଦେଇଥିଲେ।


 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.