Below header

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଏହି ଅବସରରେ ଡ.ସାମନ୍ତ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସମ୍ବିଧାନର ପ୍ରସ୍ତାବନାରେ ଅହିଂସା ଶବ୍ଦ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ଦୋହରାଇଥିଲେ ଡ.ସାମନ୍ତ। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ କେନ୍ଦ୍ରରୁ ମିଳୁଥିବା ଅର୍ଥନୈତିକ ଓ କ୍ଷତିପୂରଣ ସହାୟତା ବହୁତ କମ୍‌। ତେଣୁ ଓଡ଼ିଶାକୁ ଅଦିକ ପରିମାଣର ଅର୍ଥନୈତିକ ସହାୟତା ଓ କ୍ଷତିପୂରଣ ମିଳିବା ସହ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିଲେ ସାଂସଦ ଡ. ସାମନ୍ତ।
courtesy:-Lokasabha TV

କୃଷକଙ୍କ ଉନ୍ନତି ସହ ସେମାନଙ୍କ କ୍ରୟ ଶକ୍ତି ବୃଦ୍ଧି ନେଇ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ, ଓଡ଼ିଶା ସରକାର ପ୍ରଣୟନ କରିଥିବା କାଳିଆ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଗୋଟିଏ ମଧ୍ୟ ଐତିହ୍ୟସ୍ଥଳ ଆଇକନିକ୍‌ ସ୍ପଟରେ ସ୍ଥାନ ପାଇନଥିବାରୁ ସାଂସଦ ଅଚ୍ୟୁତ ସାମନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟରେ ରେଳ ସଂଯୋଗୀକରଣ ମନ୍ଥରଗତିରେ ଚାଲିଥିବା କଥା କହି କନ୍ଧମାଳକୁ ରେଳ ସଂଯୋଗୀକରଣ କଥା ଉଠାଇଥିଲେ। ଏହାସହ କୋଇଲା ରୟାଲଟି ବୃଦ୍ଧି ପାଇଁ ମଧ୍ୟ ଡ.ସାମନ୍ତ ପ୍ରସ୍ତାବ ଦେଇଥିଲେ। କନ୍ଧମାଳରେ ପର୍ଯ୍ୟଟନର ବିକାଶ ସହ ଓଡ଼ିଶାରେ ଟେଲି ଡେନ୍‌ସିଟି ଓ ବ୍ୟାଙ୍କିଙ୍ଗ ଡେନ୍‌ସିଟିର ବିକାଶ ପାଇଁ ଦାବି କରିଥିଲେ। ଏହାସହ ଓଡ଼ିଶାକୁ ରାଜକୋଷୀୟ ସ୍ୱାୟାତ୍ତତା ଦିଆଯିବା ନେଇ ଦାବି କରିଥିଲେ ଡ. ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.