ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରାଯିବ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି, ଜରୁରୀକାଳୀନ ଚିକିତ୍ସା ଓ OPD ସେବା

କେନ୍ୟୁଜ୍(ବ୍ୟୁରୋ): ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି କରାଯିବ । ଏଠାରେ ଜରୁରୀକାଳୀନ ଚିକିତ୍ସା ଚିକିତ୍ସା, ଓପିଡି ସେବା ମିଳିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ବୁଲାନ୍‌ସ ଓ ବସ୍‌ ସେବା ଯୋଗାଇ ଦିଆଯିବ । ଆଜି ଲୋକସେବା ଭବନରେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଜନସାଧାରଣଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୂତି ମୂଳକ ଦୃଷ୍ଟି ଭଙ୍ଗୀ ପୋଷଣ କରିଆସୁଛନ୍ତି । ଲୋକଙ୍କ ବୃହତର ସ୍ୱାର୍ଥକୁ ଆଖିରେ ରଖି ସରକାରଙ୍କ ପଦକ୍ଷେପରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.