ବଲାଙ୍ଗିରରେ କଙ୍ଗାରୁ କୋର୍ଟ: ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବାର ଭିଡିଓ ଭାଇରାଲ୍

ବଲାଙ୍ଗିର (କେନ୍ୟୁଜ୍): ବଲାଙ୍ଗିରରେ କଙ୍ଗାରୁ କୋର୍ଟ । ସଦର ଥାନା ମିର୍ଦ୍ଧାପାଲି ଗାଁରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସରପଞ୍ଚ ପିଙ୍କୁ ପଟେଲଙ୍କ ସମେତ ୬ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରୁଛି ବଲାଙ୍ଗିର ସଦର ପୋଲସ୍‌ ।

ଗତ ୨୭ ତାରିଖରେ ଗାଁରେ ଶୁଲିଆ ଯାତ୍ରା ବେଳେ ସାଇକେଲ ଷ୍ଟାଣ୍ଡ କରି ଫି ଆଦାୟ କରିବା ଘଟଣାକୁ ବିରୋଧ କରିଥିଲେ ସରୋଜ ରାଉତଙ୍କ ପରିବାର । ପରେ ଗାଁରେ କଙ୍ଗାରୁ କୋର୍ଟ ବସି ସରୋଜଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି । ଗାଁର କୌଣସି ଲୋକ ସରୋଜଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବେ ନାହିଁ କି ଗାଁର କୌଣସି ଦୋକାନରୁ ସେମାନେ କୌଣସି ଜିନିଷ କିଣି ପାରିବେ ନାହିଁ ବୋଲି କୁହାଯାଇଛି ।

ଯଦି ଏହି ନିର୍ଦ୍ଦେଶକୁ କେହି ଅବମାନନା କରନ୍ତି, ତେବେ ତାଙ୍କୁ ୫ ହଜାର ଏକ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଗାଁ କମିଟିରେ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.