ଏହିସବୁ ଟିପ୍ସକୁ ଆପଣାଇଲେ ବିଜୁଳି ବିଲ ହୋଇଯିବ ଏକଦମ କମ୍‌

ସମସ୍ତଙ୍କ ମାତ୍ର ଗୋଟିଏ ଟେନସନ ଥାଏ ତାହା ହେଉଛି ବିଜୁଳି ଖର୍ଚ୍ଚ। ଯଦି ଆପଣଙ୍କ ବିଦ୍ୟୁତ୍ ବିଲ ବଢ଼ିଯାଏ ତେବେ ଚିନ୍ତା ବଢ଼ି ଯାଇଥାଏ । ଯଦି ଆପଣ ଚାହିଁବେ ତେବେ ବିଦ୍ୟୁତ ବିଲ କମ୍ କରିପାରିବେ। କିଛି ସହଜ ଉପାୟ ଅଛି ଯାହାକୁ ଆପଣେଇ ଆପଣ ବିଦ୍ୟୁତ ବିଲ କମ୍ କରିପାରିବେ।

ଯଦି ଫ୍ରିଜ ଖାଲି ରହେ ତେବେ ଏହା ଦ୍ବାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଆପଣ ଫ୍ରିଜ ରେ ସବୁବେଳେ ଫଳ ଏବଂ ପରିବା ରଖନ୍ତୁ ଏବଂ ଏହା ଛଡା ଫ୍ରିଜ କୁ ସବୁବେଳେ ନର୍ମାଲ ମୋଡରେ ରଖନ୍ତୁ।

ଅଧିକାଂଶ ସମୟରେ ୱାସିଙ୍ଗ୍ ମେସିନରେ ଅଧିକ କପଡା ପକାଇ ଦିଆଯାଏ। ଯଦି କପଡା ୱାସିଙ୍ଗ ମେସିନର କ୍ଷମତା ଠାରୁ ଅଧିକ ରହେ ତେବେ ଆପଣଙ୍କ ବିଲ ଅଧିକ ଆସିଥାଏ। ଏଥିପାଇଁ ୱାସିଙ୍ଗ୍ ମେସିନରେ କ୍ଷମତା ଅନୁଯାୟୀ କପଡା ଧୋଇବା ଉଚିତ।

ଅନେକ ଲୋକ ରାତିରେ ଶୋଇବା ସମୟରେ ଲାଇଟକୁ ଖୋଲା ଛାଡି ଦେଇଥାନ୍ତି। ଏହି କାରଣରୁ ଖାଲି ଖାଲିରେ ବିଦ୍ୟୁତର ବିଲ ବଢ଼ିଥାଏ । ଏଥି ପାଇଁ ବଲ୍ ଏବଂ ଲାଇଟକୁ ବନ୍ଦ କରି ଶୋଇବା ଉଚିତ।

ଯଦି ଆପଣ ବଲ୍ ଜାଳାଇଥାନ୍ତି ତେବେ ଏହା ଦ୍ବାରା ମିଟର ଅଧିକ ଆସିଥାଏ। ତେଣୁ ଆପଣ ବଲ୍ ଯାଗାରେ ସିଏଫଏଲ ( କମ୍ପାକ୍ଟ ଫ୍ଲୋରୋସେଣ୍ଟ) ଲଗାନ୍ତୁ। ଏହା ଦ୍ବାରା ବିଦ୍ୟୁତ ବିଲ କମ୍ ଆସିଥାଏ।

ଜାଣି ରଖନ୍ତୁ ଯେ ଜିରୋ ୱାଟ ବଲ୍ ୧୦ ୱାଟ ପାଖାପାଖୀର ବିଜୁଳି ସହିତ ସମାନ। ଏଥିପାଇଁ ଆପଣ କମ୍ପ୍ୟୁଟର ଏବଂ ଟିଭିର ପାୱାର ବଟନକୁ ବନ୍ଦ କରିବା ଆବଶ୍ୟକ।

ଆପଣ ଗରମ ପାଣି ପାଇଁ ଯଦି ୱାଟର ହିଟରର ବ୍ୟବହାର କରୁଥାନ୍ତି। ତେବେ ଏହାକୁ ୪୮ ଡିଗ୍ରୀରେ ରଖନ୍ତୁ। ଏହା ଦ୍ବାରା ବିଜୁଳି ଅଧିକ ଖର୍ଚ୍ଚ ହୋଇନଥାଏ।

ଅନେକ ଲୋକ ଗରମ ଦିନରେ ଏସିର ବ୍ୟବହାର କରିଥାନ୍ତି କିନ୍ତୁ ଏହା ବାତାବରଣ ଉପରେ କ୍ଷତି ପହଁଞ୍ଚାଇଥାଏ। ଯଦି ଆପଣ ଘରେ କୁଲର ରଖନ୍ତି ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଧିକ ଆବଶ୍ୟକତା ବେଳେ ଏସିର ବ୍ୟବହାର କରନ୍ତୁ ନଚେତ କୁଲର ବ୍ୟବହାର କରନ୍ତୁ।

ଆଜିକାଲି ସୋଲାର ପ୍ୟାନେଲ ବହୁତ ଶସ୍ତାରେ ମିଳି ଯାଉଛି। ଆପଣ ସୋଲାର ପ୍ୟନେଲ ଲଗାଇବା ଦ୍ବାରା ବିଜୁଳି ବିଲ ବହୁତ କମ୍ ଆସିଥାଏ।

କେବେ କେବେ ଝରକା ବାଟ ଦେଇ ଗରମ ପବନ ଆସିଥାଏ। ଯଦି ଆପଣଙ୍କ ଝରକା ଠିକ ସ୍ଥାନରେ ନଥାଏ ତେବେ ଏହାକୁ ବଦଳାନ୍ତୁ । କାରଣ ଅଧିକ ଗରମ ଲାଗିବା ଦ୍ବାରା ଆପଣ ଫ୍ୟାନ, କୁଲର ଖୋଲି ଦିଅନ୍ତି। ଝରକାର ସ୍ଥାନ ବଦାଇବା ଦ୍ବାରା ବିଜୁଳି ବିଲ କମ୍ ହୋଇପାରେ।

କପଡା ୱାସିଙ୍ଗ୍ ମେସିନରେ ନଶୁଖାଇ ବାହାରେ ଖୋଲାରେ ଶୁଖାନ୍ତୁ । ଏହା ଦ୍ବାରା ଆପଣଙ୍କ ବିଜୁଳି ବିଲ ବହୁତ କମି ଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.