Below header

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀରେ କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ହୃଷୀକେଶ ଭୋଇ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ପୁରୀ : ପୁରୀରେ କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ହୃଷୀକେଶ ଭୋଇ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତରାତିରେ ଯବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ହୃଷୀକେଶ ଭୋଇ ।

ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ । ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ କୃଷ୍ଣ -ବଳରାମଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.