ଦିଲ୍ଲୀ: ଶାହଦରା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ୫ଟି ଅଗ୍ନିଶମ ଗାଡ଼ି ପଠାଯାଇଛି ।

ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ୫ଟି ଅଗ୍ନିଶମ ଗାଡ଼ି ପଠାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

ଏହା ପୂର୍ବରୁ ଗତ ରବିବାର ମଧ୍ୟ ଶାହଦରାରେ ଏକ କପଡ଼ା ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜିନିଷପତ୍ର ଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ଦୀର୍ଘ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଆଶ୍ୱସ୍ତିକର କଥା, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.