କପିଲ ଶର୍ମାଙ୍କ ଶୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା, ଶୋ’ରେ ଅତିଥି ଭାବେ ଆସିଥିଲେ

ଭୁବନେଶ୍ୱର(କେନ୍ୟୁଜ୍‌) : କପିଲ ଶର୍ମାଙ୍କ ଶୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଗତକାଲି କପିଲ ଶର୍ମା ଶୋରେ ଅତିଥି ଭାବେ ଆସିଥିଲେ ଭାରତୀୟ ଟିମ୍‌ର ହକି ଷ୍ଟାର । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ ଏଥିରେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମର ଶେଷରେ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା । ଦୁଇଟି ଟିମ୍‌ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଛନ୍ତି । ଦମଦାର ପ୍ରଦର୍ଶନ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଶା କରୁଛି ଆପଣମାନଙ୍କ ଖେଳକୁ ଦେଖି ଅନ୍ୟ କ୍ରୀଡାବିତ୍‌ମାନେ ଆଗକୁ ବଢ଼ିବେ ।

ଆପଣଙ୍କ ସଫଳତାକୁ ଆଗକୁ ନେବେ ପରବର୍ତ୍ତୀ ଖେଳାଳି । ୟେ ଆରମ୍ଭ, ଆଗକୁ ଆମେ ଆହୁରି ଉପରକୁ ଯିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.