କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ଥର ଭେଟିଲେଣି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା(କେନ୍ୟୁଜ୍): କିଛି ଦିନ ମଧ୍ୟରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ଦୁଇ ଥର ସାକ୍ଷାତ କରି ସାରିଲେଣି । ପ୍ରସଙ୍ଗ କିଛି ବି ହେଉ ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭବଙ୍କ ସାକ୍ଷାତକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ୍ଟ ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ ବେଳେ କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ ମୋଦି । ସେତେବେଳେ ବିଜେପି ନେତା ଭାବେ ସେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଆସିଥିଲେ ବୋଲି କହିଛନ୍ତି ଅନୁଭବ । ମାତ୍ର ଏବେ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଭଲ ପାଇବା, ସ୍ନେହ ଓ ଆଦର ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ହାର୍‌ଜିତ୍‌ ମଣିଷ ଜୀବନରେ ଲାଗି ରହିଥାଏ । ଜିତିବା ପରେ ନିଜ ନିର୍ବାଚନ ମଣ୍ଡଳୀ ଓ ଭୋଟରଙ୍କ ପାଇଁ କାମ କରିବା ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ଅନୁଭବ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ସେ ଅନୁଭବଙ୍କୁ ଯୁବ ନେତା କହି ପ୍ରଶଂସା କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନଥିବା କହିଛନ୍ତି କେନ୍ଦ୍ରାପଡା ସାଂସଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.