ପ୍ରତିବର୍ଷ ଏହି ବ୍ୟକ୍ତି ଆୟ କରିଥାନ୍ତି ୨୬୦ କୋଟି, ଚାକିରି ଛାଡି ଏବେ ପିଲାଙ୍କୁ ଦେଉଛନ୍ତି କୋଚିଂ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ଅନଲାଇନରେ ପଢିଥାନ୍ତି। ଏହିକାରଣରୁ ଅନଲାଇନ ଟିଚିଂ ର ଚାହିଦା ମଧ୍ୟ ବଢିବାରେ ଲାଗିଛି। ଏହି କଥାକୁ ନେଇ ଆମେ ଆଜି ଆପଣଙ୍କୁ ରବିଦ୍ର ବାୟଜୁଜଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବାର୍ଷିକ ଆୟ ୨୬୦ କୋଟି ଟଙ୍କା।

ଜାଣନ୍ତୁ ରବିଦ୍ର ବାୟଜୁଜ କିଏ ?

କନ୍ନୁର ଏକ ଛୋଟ ଗ୍ରାମ ଆଝିକୋଡରେ ପାଠ ପଢି ବଡ ହୋଇଛନ୍ତି ରବିନ୍ଦ୍ର। ରବିନ୍ଦ୍ରଙ୍କୁ ତାଙ୍କ ସାଙ୍ଗମାନେ କହିବା ପରେ ସେ ପିଲାମାନଙ୍କୁ କୋଚିଂ ଦେବା କାର୍ଯ୍ୟ ଆଜି ଠାରୁ ପାଖାପାଖି ୯ ବର୍ଷ ପୂର୍ବରୁ ପ୍ରଥମେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ ଆରମ୍ଭ କରିଥିଲେ। ଯାହା ଆଜି ଏଡଟେକ କମ୍ପାନୀ ନାମରେ ଦେଶର ସବୁଠାରୁ ବଡ ଅନଲାଇନ ଏଜୁକେଶନ କଣ୍ଟେଟ ଉପଲବ୍ଧ କରାଇବାର ପ୍ଲେଟଫର୍ମ ହୋଇପାରିଛି।
ପ୍ରଥମେ ରବିନ୍ଦ୍ର ବାୟଜୁଜ୍ ଆଇଆଇଏମ୍ ରେ ଆଡମିଶନ ପାଇଁ କୈଟ ରେ ଟ୍ରେନିଂ ଦେଉଥିଲେ କିନ୍ତୁ କିଛି ବର୍ଷ ପୂର୍ବରୁ ସେ ପିଲାମାନଙ୍କୁ ଗଣିତ ଏବଂ ବିଜ୍ଞାନ ପଢାଇବା ଆରମ୍ଭ କରିସାରିଛନ୍ତି। ଏହିକାରଣରୁ ବାୟଜୁ ଲନିଂଗ ଆପ୍ ଜରିଆରେ ପିଲାମାନଙ୍କୁ ପାଠ୍ୟକ୍ରମ ସହ ପଢାର ସମସ୍ତ ସାମାଗ୍ରୀ ମଧ୍ୟ ଉପଲବ୍ଧ କରାଇଛନ୍ତି।

ଏହାସହ ପଢନ୍ତୁ: ଏମିତି ଆକାଶରେ ଉଡ଼ିଲେ ଜଣେ ବ୍ୟକ୍ତି, ୩୫ କିଲୋମିଟର କଲେ ଯାତ୍ରା, ସ୍ତବ୍ଧ ହୋଇଗଲେ ଦେଖଣାହାରୀ

ରବିନ୍ଦ୍ର ନିଜେ ଗାଁରେ ପାଠ ପଢା ସାରିବା ପରେ ମେକାନିକାଲ ଡିଗ୍ରୀ ହାସଲ କରିଥିଲେ। ସେ ନିଜର ପରିଶ୍ରମ ଫଳରେ ଗାଁର ନାମ ଉଜ୍ବଳ କରିଥିଲେ। ଶେଷରେ ସେ ଚାକିରି କରିବା ସହ ତାଙ୍କ ସାଙ୍ଗମାନଙ୍କୁ ଏମବିଏ ପ୍ରବେଶ ପରୀକ୍ଷାରେ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କରୁଥିଲେ। ଯେତେବେଳେ ସେ ପଢାଉଥିବା ପାଠ ଲୋକମାନେ ବୁଝି ପାରିଥିଲେ ସେତେବେଳେ ରବିନ୍ଦ୍ର ଚାକିରି ଛାଡି କୋଚିଂ ଦେବା ଆରମ୍ଭ କରିଥିଲେ। ଏଥିସହ ତାଙ୍କର ବ୍ୟବସାୟ ମଧ୍ୟ ଆରମ୍ଭ ହୋଇଥିଲା। ସୁଚନା ଅନୁଯାୟୀ ତାଙ୍କ ଦ୍ବାରା ସଂଞ୍ଚାଳିତ ହୋଇଥିବା କୋଚିଂ ଏକ ବଡ କମ୍ପାନୀରେ ପରିବର୍ତ୍ତନ ହୋଇ ସାରିଛି। ପ୍ରଥମେ ସେ କେବଳ ଭାରତ ରେ ହିଁ ନିଜର ଆପ୍ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷିତ କରି ପାରୁଥିଲେ କିନ୍ତୁ ବର୍ତ୍ତମାନ ସେ ବିଦେଶରେ ମଧ୍ୟ ନିଜର ଏହି ପ୍ରଚେଷ୍ଟା ଜାରି ରଖିଛନ୍ତି।