Below header

କିଟ୍‌ ଓ କିସ୍‌ ପରିଦର୍ଶନ କଲେ ଓଡ଼ିଆ ପୁଅ ତଥା କେନିଆ ସାଂସଦ ଡା. ସ୍ୱରୂୂପ ରଞ୍ଜନ ମିଶ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଆ ପୁଅ ତଥା କେନିଆ ସାଂସଦ ଡା. ସ୍ୱରୂୂପ ରଞ୍ଜନ ମିଶ୍ର ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି । ଏକାଧାରାରେ ଜଣେ ଡାକ୍ତର, ଶିଳ୍ପପତି ଏବଂ ରାଜନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ଡା. ମିଶ୍ର କେନିଆର ନାଗରିକତ୍ୱ ଗ୍ରହଣ କରି ସେଠାରେ ଲୋକପ୍ରିୟ ହେବା ସହ କେନିଆ ପାର୍ଲାମେଣ୍ଟର ସାଂସଦ ହୋଇପାରିଛନ୍ତି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହ ଡା. ମିଶ୍ରଙ୍କ ଦୀର୍ଘ ଦିନର ବନ୍ଧୁତ୍ୱ ରହିଛି । ତାଙ୍କ ଓଡ଼ିଶା ଗସ୍ତ ଅବସରରେ ଡ. ସାମନ୍ତଙ୍କ ଅନୁରୋଧ କ୍ରମେ ସେ ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଥିଲେ ।

swarup

କ୍ରୀଡ଼ାରେ କେନିଆ ବେଶ ସମୃଦ୍ଧ ଥିବାରୁ ଅଗାମୀ ଦିନରେ କେନିଆରୁ ସଫଳ ଅଲିମ୍ପିଆନ୍‌ସ ପ୍ରଶିକ୍ଷକ ଭାବେ ଆଣି ଓଡ଼ିଶା ତଥା କିଟ୍‌ ଓ କିସ୍‌ର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ ସେ ସମ୍ପର୍କରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ, ଡା. ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ କିଟ୍‌ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା କେନିଆର ଛାତ୍ରଛାତ୍ରୀଙ୍କୁ ଡା. ମିଶ୍ର ଭେଟି ସେମାନଙ୍କ ଭାଷାରେ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ନିଜ ଦେଶର ସାଂସଦଙ୍କୁ ନିକଟରେ ପାଇ ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରକାଶ କରିଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.