ରାଜଧାନୀରେ ଅଘଟଣ: ଗାଡିରୁ ତେଲ ବୋହି ରାସ୍ତାରେ ପଡ଼ିଲା, ଗୋଟିଏ ସ୍ଥାନରେ ସିରିଜ୍‌ ଦୁର୍ଘଟଣା ଘଟିଲା

ଭୁବନେଶ୍ବର(କେନ୍ୟୁଜ୍):  ଆଜି ରାଜଧାନୀରେ ଗୋଟିଏ ସ୍ଥାନରେ ସିରିଜ୍‌ ଦୁର୍ଘଟଣା । ନୟାପଲୀରୁ ସିଆରପି ଆସିବା ରାସ୍ତାରେ ଏକାଧିକ ଗାଡ଼ି ଦୁର୍ଘଟଣା ହୋଇଥିଲା । ତେଲ ଗାଡିରୁ ତେଲ ବୋହି ରାସ୍ତାରେ ପଡ଼ିଥିବା ବେଳେ ଗାଡ଼ି ସ୍ଲିପ୍‌ ହୋଇ ଦୁର୍ଘଟଣା ହୋଇଛି । ଏକାଧିକ ଲୋକ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ।

ତିନି ଦିନ ପୂର୍ବରୁ ସେହି ସ୍ଥାନରେ ତେଲ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ବାଲି ଢାଳିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏବେ ସେହି ସ୍ଥାନରୁ ବାଲି ଖସିଯିବା ପରେ ସିରିଜ୍‌ ଦୁର୍ଘଟଣା ଯୋଗୁଁ ପ୍ରବଳ ଭିଡ଼ ସହ ଟ୍ରାଫିକ ଜାମ୍‌ ହୋଇଥିଲା । ଦୁର୍ଘଟଣା ରୋକିବାକୁ ରାସ୍ତାରେ ବାଲି ଢାଳିଥିଲେ ଉତ୍ତ୍ୟକ୍ତ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.