Below header

ଛାଡିଗଲା ରୋମିଓଗିରି, କଲେଜ ଛାତ୍ରୀଙ୍କୁ କମେଣ୍ଟମାରି ନିସ୍ତୁକ ମାଡ଼ ଖାଇଲା ଯୁବକ

ବାଲେଶ୍ବର (କେନ୍ୟୁଜ୍): କମେଣ୍ଟମରାକୁ ନେଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଛାତ୍ରୀ ଓ ତାଙ୍କ ପରିବାର ଲୋକ । ଏହାର ଏକ ଭିଡିଓ ଏବେ ଭାଇରାଲ ହୋଇଛି ।

ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ତାଙ୍କୁ କମେଣ୍ଟ ମାରିଥିଲେ ଯୁବକ । ପରିବାର ଘଟଣା ସମ୍ପର୍କରେ ଜଣାଇବା ପରେ ବାପା ମା ଏବଂ ଛାତ୍ରୀ ଜଣଙ୍କ ମିଶି ଉକ୍ତ ଯୁବକକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ ଆଜି ମଇତାପୁର ଗୋଛାୟତ ସାହିର ଜୈନିକ ଯୁବକ ବେହେରା ସାହିର ଜଣେ ଯୁବତୀ ସିମୁଳିଆ କଲେଜରୁ ପାଠପଢି ଘରକୁ ଫେରୁଥିବା ବେଳେ ଜୈନିକ ଯୁବକ ଜଣଙ୍କ ବାଟରେ କମେଣ୍ଟ ମାରିଥିଲେ। ଯାହାଫଳରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀ ଜଣଙ୍କର ବାପା ମା ଏବଂ ଛାତ୍ରୀ ଜଣଙ୍କ ମିଶି ଉକ୍ତ ଯୁବକକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.