ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଣ୍ଟା ଭିଡିଲେ କେନ୍ଦୁଝର ସଦର ବିଧାୟକ

କେନ୍ଦୁଝର : ଜଙ୍ଗଲ ନିଆଁ ଲିଭା କାମରେ ଲାଗିଲେ ବିଧାୟକ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ କେନ୍ଦୁଝର ସହର ନିକଟ ସିଦ୍ଧମଠ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।

ସହଯୋଗୀଙ୍କ ସହିତ ନିଜେ ଜଙ୍ଗଲ ମଧ୍ୟକୁ ଯାଇ ନିଆଁ ଲିଭାଇଥିଲେ । ଏହାସହ ଆଖପାଖ ଲୋକଙ୍କ ନିଆଁକୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ଆଲୋଚନା କରିଥିଲେ ।