ବାଇକ ଲୁଟେରାର ଅଜବ ସଉକ, ବଡ଼ ହୋଟେଲରେ ଗାର୍ଲଫ୍ରେଣ୍ଡକୁ ଖୁଆଉଥିଲା ବିଲ୍ ବାବଦକୁ ଚୋରା ବାଇକକୁ ବନ୍ଧକ ରଖୁଥିଲା

ଭୁବନେଶ୍ବର(କେନ୍ୟୁଜ୍): କମିଶନରେଟ ପୋଲିସ କବ୍ଜାରେ ଦୁଇ ବାଇକ ଲୁଟେରା । ୯ଟି ଚୋରା ବାଇକ୍ ଜବତ ସହ ୨ ଜଣଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ୨୦୧୨ରୁ ବାଇକ୍ ଚୋରିର ମାଷ୍ଟର ମାଇଣ୍ଡ ଦାଶରଥି ଦଳେଇ ଓରଫ ଦାସିଆ ଖଣ୍ଡଗିରି ଓ ଭରତପୁର ଅଞ୍ଚଳରେ ବାଇକ ଚୋରି କରୁଥିଲା ।
ବାଇକ ଚୋରି କରିବା ପରେ ବଡ଼ ବଡ଼ ହୋଟେଲ୍କୁ ନିଜ ପ୍ରେମିକା ସହ ଖାଇବାକୁ ଯାଉଥିଲା । ସେଠାରେ ଖାଇ ସାରି ପଇସା ନଦେଇ ଚୋରି ବାଇକ୍କୁ ହୋଟେଲରେ ବନ୍ଧକ ରଖୁଥିଲା। ଅଭିଯୁକ୍ତ ନାଁରେ ନୟାପଲ୍ଲୀ, ଖଣ୍ଡଗିରି ଓ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ଖଣ୍ଡଗିରି ଥାନା ପ୍ରକାଶନଗରର ଏକ ବାଇକ ଚୋରି ଘଟଣାରେ ତଦନ୍ତ କରୁ କରୁ ପୋଲିସ ଏହି ରାକେଟ ବିଷୟରେ ଜାଣିବାକୁ ପାଇଥିଲା ।