Below header

ବାହାଘର ଭୋଜି ଖାଇ ଛତିଶଗଡ଼ରୁ ଫେରିବା ବେଳେ ଓଡ଼ିଶାର ୪ ଜଣଙ୍କୁ ଅପହରଣ!

ଉମରକୋଟ(କେନ୍ୟୁଜ୍):ବାହାଘର ଭୋଜି ଖାଇ ଛତିଶଗଡ଼ରୁ ଫେରିବା ବେଳେ ଓଡ଼ିଶାର ୪ ଜଣଙ୍କୁ ଅପହରଣ । ଛତିଶଗଡ଼ରୁ ଫେରିବା ବାଟରେ କାଙ୍କେର ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ନବରଙ୍ଗପୁର ରାଇଘର ତହସିଲ ସୁପର ଭାଇଜର ସପନ ସରକାର, ତାଙ୍କ ପତ୍ନୀ, ଶଳା ଓ ଶଳା ଭାଉଜ । ସମସ୍ତେ ଛତିଶଗଡ଼ରୁ କଣ୍ଡାଗାଁକୁ ସମ୍ପର୍କୀୟଙ୍କ ଘରକୁ ଫେରୁଥିବା ବେଳେ ନିଖୋଜ ରହିଛନ୍ତି ।

ଗତକାଲି ରାତି ସାଢେ ୧୦ଟାରୁ ସେଠାରୁ ବାହାରିଥିଲେ ମଧ୍ୟ ଘରେ ନପହଞ୍ଚିବାରୁ ସପନଙ୍କ ପୁଅ କାଙ୍କେର ଥାନାରେ ଏତଲା ଦେଇଥିଲେ । ସେମାନେ କାର୍‌ ଯୋଗେ ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରୁଥିଲେ । ଅଭିଯୋଗ ପରେ ଖୋଳତାଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.