VFIର ସଭାପତି ଭାବେ ନିର୍ବାଚିତ ହେବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର(କେ ନ୍ୟୁଜ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ମହାସଂଘର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ, ସଙ୍ଗଠନ ଓ ଶୁଭେଛୁ ମାନେ ଡକ୍ଟର ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି । VFIର ସଭାପତି ଭାବେ ଡ. ଅଚ୍ୟୁତ ସାମନ୍ତ ୨୦୨୦ରୁ ୨୦୨୪ ଯାଏ ଚାରି ବର୍ଷ ପଯ୍ୟର୍ନ୍ତ ଦାୟିତ୍ୱ ନିର୍ବାହ କରିବେ ।

ଏହି ପରିପ୍ରେକ୍ଷୀରେ ଓଡିଶା ଅଲମ୍ପିକ ଆସୋସିଏସନ୍‌ , ଓଡିଶା ଆଥଲେଟିକ ଆସୋସିଏସନ୍‌, ଓଡ଼ିଶା ଚେସ୍‌ ଆସୋସିଏସନ୍‌, ଅଲ୍‌ ଇଣ୍ଡିଆ ସ୍କ୍ଵାସ ଆସୋସିଏସନ୍‌ , ଓଡିଶା ଭଲିବଲ ଆସୋସିଏସନ୍‌ , ପାରାଦୀପ ସ୍ପୋଟର୍ସ କାଉନସିଲ, ଓଡ଼ିଶା ଭଲିବଲ ରେଫରି ଆସୋସିଏସନ୍‌, ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍‌, ଫିଜିକାଲ ଏଜୁକେଶନ୍‌ ଡେଭଲପମେଣ୍ଟ କାଉନସିଲ ଅଫ୍‌ ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ କିସ୍‌ ପରିସରରେ ଉପସ୍ଥିତ ରହି ଡକ୍ଟର ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.