ପୂର୍ବାଞ୍ଚଳ ଆନ୍ତ ବିଶ୍ଵବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଲା କିଟ୍ ବିଶ୍ୱବିଦ୍ୟାଳୟ

ପୂର୍ବାଞ୍ଚଳ ଆନ୍ତ ବିଶ୍ଵବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଲା କିଟ୍ ବିଶ୍ୱବିଦ୍ୟାଳୟ। ପ୍ରଥମ ସ୍ଥାନ ହାସଲ କରି ଚମ୍ପିୟାନ ହୋଇଛି କିଟ୍ ବିଶ୍ଵବିଦ୍ୟାଳୟ। ଦ୍ଵିତୀୟ ସ୍ଥାନରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରହି ରନର୍ସ ଅପ୍ ହୋଇଛି।

ପୂର୍ବାଞ୍ଚଳ ଆନ୍ତ ବିଶ୍ଵବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଲା କିଟ୍ ବିଶ୍ୱବିଦ୍ୟାଳୟ। ପ୍ରଥମ ସ୍ଥାନ ହାସଲ କରି ଚମ୍ପିୟାନ ହୋଇଛି କିଟ୍ ବିଶ୍ଵବିଦ୍ୟାଳୟ। ଦ୍ଵିତୀୟ ସ୍ଥାନରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରହି ରନର୍ସ ଅପ୍ ହୋଇଛି। ତୃତୀୟ ସ୍ଥାନରେ ମଗଧ ବିଶ୍ଵବିଦ୍ୟାଳୟ ଓ ଚତୁର୍ଥ ସ୍ଥାନରେ ବର୍ଦ୍ଧମାନ ବିଶ୍ଵବିଦ୍ୟାଳୟ ରହିଛି। ବିଜୟୀ ଟିମ୍ ଓ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ ସହ ବେଷ୍ଟ ପ୍ଲେୟାର ପ୍ରଶାନ୍ତଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଯୋଗ ଦେଇ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତରେ କିଭଳି ଆହୁରି ଭଲ ଖେଳିବେ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ କିଟ୍ ଓ କିସ୍ କ୍ରୀଡା ମହାନିର୍ଦ୍ଦେଶକ ଡ.ଗଗନେନ୍ଦୁ ଦାଶ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ କ୍ରୀଡା ନିର୍ଦ୍ଦେଶକ ଲଲାଟେନ୍ଦୁ ମିଶ୍ର, SCB ମେଡିକାଲ କଲେଜ କ୍ରୀଡା ବିଭାଗର ଅଫିସର ତାରିଣୀ ପ୍ରସାଦ ଦାସ ଯୋଗ ଦେଇଥିଲେ ।

ଗତ ୧୫ ତାରିଖରୁ କିଟ୍ ବିଶ୍ୱବିଦ୍ୟାଳୟରେରେ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୫୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଭଲ ଖେଳ ପ୍ରଦର୍ଶନ କରିଥିବା ଟିମ୍ ଆସାମର ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା BCCI ଭିଜି ଟ୍ରଫିରେ ଖେଳିବେ। କିଟରେ ସମସ୍ତ ସୁବିଧା ସୁଯୋଗ ପାଇଁ ଖେଳାଳୀ ମାନେ କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।