Below header

ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ କିସ୍‌ ଓ ୟୁଏନଡିପି,ବୁଝାମଣା ପତ୍ର ହେଲା ସ୍ବାକ୍ଷର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମଙ୍ଗଳବାର କିସ୍‌ ଓ ୟୁଏନଡିପି ମଧ୍ୟରେ ବୁଝାମଣା ହୋଇଛି । ଏହି ବୁଝାମଣା ପତ୍ରରେ କିସ୍‌ ପକ୍ଷରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ୟୁଏନଡିପି ପକ୍ଷରୁ ୟୁଏନଡିପିର ଭାରତ ମୁଖ୍ୟ ଶୋକୋ ନୋଡା ସ୍ୱାକ୍ଷର କରିଥିଲେ ।

ଏହି ବୁଝାମଣା ଅନୁଯାୟୀ ୟୁଏନଡିପି ଓ କିସ୍‌ ମିଳିତ ଭାବେ ସ୍ଥାୟୀ ବିକାଶ ଲକ୍ଷ୍ୟ ପର୍ଯ୍ୟବେସିତ ଜନଜାତି ଗବେଷଣା କାର୍ଯ୍ୟକ୍ରମ, କ୍ୟାରିଅର ମାର୍ଗଦଶନ ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଇବା, ପ୍ରାକୃତିକ ସମ୍ବଳ ବିଶେଷ କରି ଜଳ ଓ ଜୈବମଣ୍ଡଳର ପରିଚାଳନା କରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସେଠାକାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବେ । ଏହି ଅବସରରେ ୟୁଏନଡିପିର ଭାରତ ମୁଖ୍ୟ ଶ୍ରୀମତୀ ନୋଡା କହିଲେ, ମୁଁ ମୋର ୨୫ ବର୍ଷ କ୍ୟାରିଅର ମଧ୍ୟରେ କିସ୍‌ ଭଳି ଅନୁଷ୍ଠାନ କୌଣସିଠାରେ ଦେଖିନାହିଁ ।

କିସ୍‌ ପରିଦର୍ଶନ କରି ମୁଁ ଅଭିଭୂତ ବୋଲି ସେ କହିଥିଲେ । କିସ୍‌ ହେଉଛି ସ୍ଥାୟୀ ବିକାଶ ଲକ୍ଷ୍ୟ-SDGର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀମତୀ ନୋଡ଼ା କହିଥିଲେ । କିସ୍‌ ଏବଂ ୟୁଏନଡିପି ଉଭୟ କ୍ଷୁଧା ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ଜନଜାତି ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କିସ୍‌ ସହ ମିଶି ୟୁଏନଡିପି କାର୍ଯ୍ୟ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.