ଶେଷରେ ଲଡୁ ବି ଭେଜାଲ? ଜଗତପୁରର ଏକ ଲଡୁ କାରଖାନା ଉପରେ ସିଏମସି ରେଡ଼, ଅପମିଶ୍ରିତ କଞ୍ଚାମାଲ ଜବତ

କେନ୍ୟୁଜ୍(ବ୍ୟୁରୋ)  ଦୀପାବଳି ପୂର୍ବରୁ ସିଏମସିର ଧରପଗଡ଼ । ନିମ୍ନମାନର ଖାଦ୍ୟ ବିକ୍ରି ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ। ଜଗତପୁର ଠାରେ ଥିବା ଏକ ଲଡୁ କାରଖାନା ଉପରେ ରେଡ଼ କରିଥିଲା ସିଏମସିର ସ୍ୱାସ୍ଥ୍ୟ ବିଭାଗ । ରେଡ ସମୟରେ ଅପମିଶ୍ରିତ ସାମଗ୍ରୀରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ମିଷ୍ଟାର୍ଣ୍ଣ ସହ କଞ୍ଚାମାଲ ମଧ୍ୟ ଜବତ ହୋଇଛି ।

ବ୍ୟକ୍ତି ଜଣଙ୍କ ବିନା ଲାଇସେନ୍ସରେ ଏହି କାରଖାନା ଚଳାଇବା ସହ ଅତି ନିମ୍ନମାନର କଞ୍ଚାମାଲ ବ୍ୟବହାର କରି ଲଡୁ ତିଆରି କରୁଥିବା ଜଣାପଡ଼ିଥିଲା । ଏପରିକି ସେହି ଲଡୁକୁ ସହରର ବିଭିନ୍ନ ମିଷ୍ଟାର୍ଣ୍ଣ ଦୋକାନଗୁଡ଼ିକରେ ମଧ୍ୟ ବିକ୍ରି କରାଯାଉଥିଲା । କଟକରେ ପ୍ରାୟ ଦେଢ ବର୍ଷ ମଧ୍ୟରେ ୨୪ଟି କେନ୍ଦ୍ରରେ ରେଡ ହୋଇସାରିଥିବା ବେଳେ ୩କୋଟି ଟଙ୍କାର ନକିଲ ଖାଦ୍ୟ ସାମଗ୍ରୀକୁ ଜବତ କରାଯିବା ସହ ୨୭ଜଣଙ୍କୁ ଗିରଫ କରାଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.