Below header

ଉପନିର୍ବାଚନ : ବିଜେପି ଶାସିତ ହିମାଚଳ ପ୍ରଦେଶରେ ଫୁଟିଲାନି ପଦ୍ମ, ପଶ୍ଚିମବଙ୍ଗରେ ଦିଦିଙ୍କୁ କ୍ଲିନ ସୁଇପ୍‌

ନୂଆଦିଲ୍ଲୀ : ପ୍ରକାଶ ପାଇଛି ୩ ଲୋକସଭା ଓ ୨୯ ଟି ବିଧାନସଭା ଉପ ନିର୍ବାଚନ ଫଳାଫଳ । ହରିଆଣା ଓ ହିମାଚଳରେ ଫୁଟିଲାନି ପଦ୍ମ । ତେବେ ଆସାମରେ ବିଜେପିର କ୍ଲିନ ସୁଇପ ହୋଇଛି । ହିମାଚଳରେ ବାଜି ମାରିନେଲା କଂଗ୍ରେସ । ୩ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ କଂଗ୍ରେସ କଲା ବାଜିମାତ । ଫଳାଫଳ ପାଇଁ ନିଜକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର । ହରିଆଣାରେ ମଧ୍ୟ ବିଜେପିକୁ ଝଟ୍କା ଲାଗିଛି । ଗୋଟିଏ ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଆଇଏନଏଲଡି ହାତକୁ ଯାଇଛି ଏହି ସିଟ୍ । ଏହାକୁ ଚାଷୀଙ୍କ ବିଜୟ ବୋଲି କହିଛି ଦଳ।

ତେବେ ଆସାମରେ ବିଜେପିର ଦବଦବା ବଜାୟ ରହିଛି। ପ୍ରାର୍ଥୀ ଦେଇଥିବା ୩କୁ ୩ ଆସନ ଜିତି ନେଇଛି ବିଜେପି । ସହଯୋଗୀ UPPL ଗୋଟିକରେ ଜିତିଥିବା ବେଳେ ଗୋଟିଏ ସିଟ୍ରେ ଆଗରେ ରହିଛି । ମଧ୍ୟ ପ୍ରଦେଶରେ ସମ୍ମାନ ରଖି ପାରିଛି ବିଜେପି। ୩ ବିଧାନସଭା ଆସନରୁ ୨ଟିରେ ବିଜେପି ବାଜିମାତ କରିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ଗୋଟିଏ । ଖଣ୍ଡଓ୍ଵା ଲୋକସଭା ଆସନରେ ମଧ୍ୟ ବିଜେପି ଆଗରେ। ତେଲେଙ୍ଗାନାରେ ସରପ୍ରାଇଜ୍ ଦେଇଛି ଗୈରିକ ଦଳ । ଗୋଟିଏ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଏଠି ପଦ୍ମ ଫୁଟିଛି । ରାଜସ୍ଥାନରେ ୨ ରୁ ୨ ଆସନ ଜିତି ନେଇଛି କଂଗ୍ରେସ ।

ପଶ୍ଚିମବଙ୍ଗରେ ଦିଦିଙ୍କ କ୍ଲିନ୍ ସୁଇପ୍ । ନିର୍ବାଚନ ପରେ ଉପନିର୍ବାଚନ । ୪ କୁ ୪ ବିଧାନସଭା ଆସନ ପୋଛି ନେଇଛି ଟିଏମ୍ସି। ଅମାନତ ହରାଇଛନ୍ତି ବିଜେପି ପ୍ରାର୍ଥୀ । ଏହାକୁ ଜନତାଙ୍କ ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିହାରରେ ଲାଲୁଙ୍କ ନିର୍ବାଚନୀ ପ୍ରଚାର ଫେଲ ମାରିଛି। ଆରଜେଡି କଂଗ୍ରେସ କଳିର ଫାଇଦା ନେଇଛି ନୀତିଶଙ୍କ ଦଳ । ୨ଟି ଆସନରେ ଆଗରେ ଜେଡିୟୁ ପ୍ରାର୍ଥୀ । ଅନ୍ୟପଟେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବାହାରେ ଆକାଉଣ୍ଟ ଖୋଲିଛି ଶିବସେନା । ଦାଦ୍ରା ଓ ନଗର ହାବେଲୀ ଲୋକସଭା ଆସନ ଜିତି ନେଇଛି ଉଦ୍ଧବ ଠାକରେଙ୍କ ଦଳ । ୩ ଲୋକସଭା ୨୯ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.