ଯାଜପୁର: ୧୯ ବର୍ଷ ପରେ ଯୌତୁକ ଜନିତ ହତ୍ୟାକାଣ୍ଡର ରାୟ ପ୍ରକାଶ,ପରିବାରର ୩ ଜଣଙ୍କୁ ସଜା

ଯାଜପୁର ଟାଉନ(କେନ୍ୟୁଜ୍): ବର୍ଷେ ନୁହେଁ କି ଦୁଇ ବର୍ଷ ଦୀର୍ଘ ୧୯ ବର୍ଷ ପରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣା ର ରାୟ ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ସ୍ୱାମୀ,ଶାଶୁ ଏବଂ ନଣନ୍ଦଙ୍କୁ ଜିଲ୍ଲା ଦୌରାଜଜ ସଜା ଶୁଣାଇଛନ୍ତି। ଅଭିଯୋଗ ମୁତାବକ ବିଂଝାରପୁର ଥାନା ଅନ୍ତର୍ଗତ ଭଅଁରା ଗାଁର ତିଳୋତ୍ତମା ଷଡଙ୍ଗୀ ୨୦୦୦ ମସିହାରେ ଯାଜପୁର ଥାନା ମାର୍କଣ୍ଡପୁରରେ ବସନ୍ତ ପାଣିଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କୁ ଶାଶୁ ଘର ଲୋକେ ନାନା ନିର୍ଯାତନା ଦେଉଥିଲେ।

ଵିବାହର ଦୁଇ ବର୍ଷ ପରେ ତିଳୋତ୍ତମାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ବିଚାର କରି ଆଜି ଜିଲ୍ଲା ଦୌରାଜଜ୍ ସ୍ୱାମୀ,ଶାଶୁ ଓ ନଣନ୍ଦଙ୍କୁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସ୍ୱାମୀ ବସନ୍ତ ପାଣିଙ୍କୁ ଭିନ୍ନ ଭିନ୍ନ ଦଫାରେ ମୋଟ ୧୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ଶାଶୁ ସତ୍ୟଭାମା ଏବଂ ନଣନ୍ଦ ସୁମିତ୍ରା ତ୍ରିପାଠୀ ଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.