Below header

ଲୁହ ଝରା ଆଖିରେ ସୁନେଲୀ ଭବିଷ୍ୟତର ସ୍ବପ୍ନ ପାଇଁ ଆଶା ସଞ୍ଚାର କଲା କିସ୍ ଫାଉଣ୍ଡେସନ, ୪ ଅନାଥ ଭଉଣୀଙ୍କୁ ବଢାଇଲା ସହଯୋଗର ହାତ

କେନ୍ୟୁଜ୍(ବ୍ୟୁରୋ): ବାହୁନି ବାହୁନି କାନ୍ଦୁଥିଲେ ୪ ଭଉଣୀ। ମାଆକୁ ଝୁରି ଝୁରି ଆଖିରୁ ଲୁହ ଶୁଖୁ ନାହିଁ। ଅଫେରା ରାଇଜରେ ମାଆ। ୩ ଦିନ ତଳେ ମାଆକୁ ହରାଇଛନ୍ତି   ୪ ଭଉଣୀ। । ସାତ ବର୍ଷ ତଳେ ଏଡ୍‌ସ ଆକ୍ରାନ୍ତ ବାପା ଆରପାରିକୁ ଚାଲି ଯାଇଥିଲେ। ମାଆ ଉମା ଦାଶ ହିଁ ଥିଲେ ସାହା ଭରସା। କାମ କରି ପରିବାର ଚଳାଉଥିଲେ। ଝିଅଙ୍କ ସବୁ ଅଳିଅଝଟ ବୁଝୁଥିଲେ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ଲଙ୍ଘର ଗାଁରେ, ପିଲାଙ୍କ ପାଇଁ ଏ ଘର ଖଣ୍ଡିଏ କରିଥିଲେ। ଲକ୍‌ଡାଉନ୍‌ରେ କାମ ବନ୍ଦ ହେଲା। କିଛି ଦିନ ତଳେ କାମ ସନ୍ଧାନରେ ଯିବା ବେଳେ, ସଡ଼କ ଦୁର୍ଘଟଣାରେ ଉମାଙ୍କ ଜୀବନ ଚାଲିଗଲା। ଗୋଟିଏ ଦୁର୍ଘଟଣା ଉଜାଡି ଦେଇଗଲା ଏ ୪ ଜଣଙ୍କ ଜୀବନ।

ଏମାନେ ଏବେ କରିବେ କଣ। ଖାଇବା ପିଇବା ତ ଦୂର କଥା, ଏମାନଙ୍କ ପାଖରେ ଆହା କହିବାକୁ ବି ପାଖରେ କେହି ନାହାନ୍ତି। ଏ ସମୟରେ ସହାୟତାର ହାତ ବଢାଇଛି କିସ୍‌ ଫାଉଣ୍ଡେସନ। ଗଣମାଧ୍ୟମରୁ ଏ ୪ ଭଉଣୀଙ୍କ ସମ୍ପର୍କିତ ଖବର ଜାଣିବା ପରେ କିସ୍‌ ଫାଉଣ୍ଡେସନ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ମର୍ମାହତ ହେବା ସହ ଅନାଥ ୪ ଭଉଣୀଙ୍କୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। କିସ୍‌ ଫାଉଣ୍ଡେସନନ ପକ୍ଷରୁ ଏମାନଙ୍କ ଚଳିବା, ଖାଇବା ଓ ପାଠପଢ଼ା ବାବଦକୁ ମାସିକ ୧୦ ହଜାର ଟଙ୍କା ଲେଖାଏ ସହୟତା ପ୍ରଦାନ କରିବାକୁ ଡ.ସାମନ୍ତ ଘୋଷଣା କରିଥିଲେ। ଏହାସହ ଏମାନେ ଚାହିଁଲେ କିସ୍‌ କୌଣସି ଏକ ଶାଖାରେ ଏମାନଙ୍କୁ ମାଗଣାରେ ପାଠପଢା ବ୍ୟବସ୍ଥା କରାଯିବ ବୋଲି ଡ.ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି। କିସ୍‌ ଫାଉଣ୍ଡେସନ ତରଫରୁ ଆଜି ଏମାନଙ୍କୁ ୨ ମାସର ସାହାଯ୍ୟ ଯୋଗାଇ ଦିଆଯାଇଛି। ୨୦ ହଜାର ଟଙ୍କା ସହ ଡାଲି, ଚାଉଳ, ବିସ୍କୁଟ୍‌ ଆଦି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି।

କିସ୍‌ ଫାଉଣ୍ଡେସନ ପ୍ରତିଷ୍ଠାତା ଡ.ସାମନ୍ତ ୪ ଜଣ ଅନାଥ ଶିଶୁଙ୍କ ଭରଣ ପୋଷଣ ପାଇଁ ସାହାଯ୍ୟ ପରେ ସ୍ଥାନୀୟ ଲୋକେ ଡ.ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ୪ ଝିଅଙ୍କ ମଧ୍ୟରୁ ବଡ଼ଝିଅ ମାଟ୍ରିକ ପାସ୍‌ କରିଥିବା ବେଳେ, ଜଣେ ଦଶମ, ଆଉ ଜଣେ ଷଷ୍ଠ ଓ ସବୁଠାରୁ ସାନ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛି। ଏବେ ଅସହାୟ ଅବସ୍ଥାରେ କିସ ଫାଉଣ୍ଡସେସନ ତରଫରୁ ସାହାଯ୍ୟ ପରେ ଏମାନେ ଡ.ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.