ଯଦି ଆପଣ ହୃଦ୍‌ ରୋଗୀ ହୋଇଥାନ୍ତି ତେବେ ଏହି ସବୁ ଜିନିଷଠୁ ଦୂରେଇ ରୁହନ୍ତୁ, ରହିବେ ସୁସ୍ଥ

ଦେଶରେ ହୃଦ ରୋଗ ଏବେ ବଡ଼ ସମସ୍ୟା ଭାବେ ଠିଆ ହୋଇଛି । ବଦୁଳୁଥିବା ଲାଇଫ୍‌ ଷ୍ଟାଇଲ୍‌ ଏହାର ମୁଖ୍ୟ କାରଣ । ତେଣୁ ହୃଦ୍‌ ରୋଗୀ ନିଜର ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା ହୃଦ୍‌ ରୋଗୀ କେଉଁ ଜିନିଷ ପ୍ରତି ଦୂରରେ ରହିବା ଉଚିତ୍‌ ।

drinks-0

. ଶକ୍ତି ବର୍ଦ୍ଧକ ଡ୍ରିଙ୍କ୍‌ସ- ହୃଦ୍‌ ରୋଗୀଙ୍କୁ ଶକ୍ତି ବର୍ଦ୍ଧକ ପାନୀୟ ଠାରୁ ଦୂରରେ ରହିବା ଜରୁରି । ଏଥିରେ ଅଧିକ ମାତ୍ରାରେ କଫିନ୍‌ ଥିବାରୁ ହୃଦୟ ପାଇଁ କ୍ଷତିକାରକ ହୋଇଥାଏ ।

drinks

. ଆଳୁ ଚିପ୍ସ – ସର୍ବଦା ଆଳୁ ଚିପ୍ସ ସେବନ ଦ୍ୱାରା ହୃଦ୍‌ ରୋଗୀଙ୍କ ପାଇଁ ଅନେକ ସମସ୍ୟା ଆଣି ଦେଇଥାଏ । ବ୍ଲକେଜ୍‌ ଆଶଙ୍କା ବୃଦ୍ଧି ପାଇଥାଏ । ତେଣୁ ହୃଦ୍‌ ରୋଗୀ ଖାଦ୍ୟ ପ୍ରତି ଅଧିକ ସଚେତନ ହେବା ଦରକାର ।

drinks-2p

. ସୋଡ଼ା – ଅଧିକ ମାତ୍ରାରେ ସୋଡ଼ା ସେବନ କରିବା ଦ୍ୱାରା ଏହା ବିପରିତ ପ୍ରଭାବ ପକାଇଥାଏ । ସୋଡ଼ା ସେବନ କରିବା ଦ୍ୱାରା ରକ୍ତରେ ସୁଗାର ମାତ୍ରା ବଢ଼ିଯାଇପାରେ । ଏହାକୁ ଅଧିକ ସେବନ କରିବା ଦ୍ୱାରା ଆଟେରୀ ବ୍ଲକେଜ୍‌ ହୋଇଥାଏ ।

drinks-3c

.ଚାଇନିଜ୍‌ ଖାଦ୍ୟ- ଚାଇନିଜ୍‌ ଖାଦ୍ୟରେ ଫ୍ୟାଟ୍‌, ସୋଡିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ବହୁତ ମାତ୍ରାରେ ଥାଏ । ଯାହାଦ୍ୱାରା ଆପଣଙ୍କ ଆର୍ଟେରୀ ବ୍ଲକ୍‌ ହୋଇପାରେ । ଚାଇନିଜ୍‌ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ସୁଗାର ମାତ୍ରା ମଧ୍ୟ ବଢ଼ିଥାଏ । ଯାହାକି ହୃଦୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।
ତେଣୁ ହୃଦ୍‌ ରୋଗୀମାନେ ବିଶେଷ କରି ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.