Below header

ରାଜ୍ୟର ୨୫ଟି ଜିଲ୍ଲାରେ ପାଳିତ ହେଲା କିସ୍‌ ଅଭିଭାବକ ସମ୍ମିଳନୀ, ଉତ୍ସାହର ସହ ଗୋ ଗ୍ରୀନ ଅଭିଯାନରେ ସାମିଲ ହେଲେ ଅଭିଭାବକ

କେନ୍ୟୁଜ୍(ବ୍ୟୁରୋ):ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ପାଳିତ ହୋଇଛି କିସ୍‌ ଅଭିଭାବକ ସମ୍ମିଳନୀ। ଏହି ଅବସରେ ଅଭିଭାବକମାନେ ଉତ୍ସାହର ସହ ଗୋ ଗ୍ରୀନ ଅଭିଯାନରେ ସାମିଲ ହୋଇଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ସହ ସ୍ୱାବଲମ୍ବୀ କରିବାରେ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ୩୦ ହଜାର ଛାତ୍ରଛାତ୍ରୀ କିସ୍‌ରେ ପାଠ ପଢୁଛନ୍ତି। ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢି ନିଜ ଗୋଡରେ ଠିଆ ହୋଇ ପାରିଛନ୍ତି। ଏପରିକି ଅନେକ ବିଶ୍ୱ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଏଥିପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଂଶସା କରିଥିଲେ ଅଭିଭାବକ। ଏହି ଅବସରେ ଡ଼.ସାମନ୍ତ ଆରମ୍ଭ କରିଥିବା ଗୋ ଗ୍ରୀନ ଅଭିଯାନରେ ସାମିଲ ହୋଇଥିଲେ। ସବୁଜିମା ପରିବେଶ ଆମ ପୃଥିବୀର ବନ୍ଧୁ। ଏହି ବାର୍ତ୍ତାରେ ବିଶ୍ୱାସ ରଖି ବହୁ ସଂଖ୍ୟାରେ ଅଭିଭାବକ ବୃକ୍ଷ ରୋପଣ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.