ଦିଲ୍ଲୀପ ରାୟଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା, ପୁରୀକୁ ବିଶ୍ୱ ଐତିହ୍ୟ ସହର ଓ ପର୍ଯ୍ୟଟନର ବିକାଶ ପାଇଁ ନବୀନଙ୍କୁ କଲେ ତାରିଫ୍

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀପ ରାୟଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା, ପର୍ଯ୍ୟଟନର ବିକାଶ ପାଇଁ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ସେ ତାରିଫ କରିଛନ୍ତି । ଦିଲ୍ଲୀପ କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ହୋଇ ପାରିଛି । ଏହାସହ ବିଶ୍ୱସ୍ତରରେ ଓଡ଼ିଶାର ଐତିହ୍ୟକୁ ପରିଚିତ କରାଇବା ଉଦ୍ଦେଶ୍ୟରେ ପୁରୀ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ଓ କୋଣାର୍କ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେବା ସହ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଏହି କାମ ପାଇଁ ନେଇଥିବା ବଳିଷ୍ଠ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ସେହିପରି ୨୦୨୩ ହକି ବିଶ୍ୱକପ୍‌ ପୁଣି ଥରେ ଓଡ଼ିଶା ଆୟୋଜନ କରିଥିବାରୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି । ଗୋପାଳପୁର ବିଚ୍‌ ଫେଷ୍ଟିଭାଲ୍‌ରେ ଏକଥା କହିଛନ୍ତି ଦିଲ୍ଲୀପ ରାୟ । ଗତ ସାଧାରଣ ନିର୍ବାଚନ ବେଳେ ଦିଲ୍ଲୀପ ବିଜେପି ଛାଡି ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ସେ ନବୀନ ନିବାସ ବି ଯାଇଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ତାରିଫ କରିବା ପରେ ଦିଲ୍ଲୀପଙ୍କ ଘରବାହୁଡ଼ା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.