Below header

କିସ୍ ଛାତ୍ରୀ ଇନ୍ଦ୍ରାଣୀ ଓଡ଼ିଶା କ୍ରିକେଟ୍ ଟିମ୍ କ୍ୟାପଟେନ୍

ଭୁବନେଶ୍ବର (କେନ୍ଯୁଜ୍) : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି କିଟ୍ ଓ କିସ୍ ଛାତ୍ର ଛାତ୍ରୀ । ଏଥିରେ ଯୋଡ଼ି ହୋଇଛି କିସ୍ ଛାତ୍ରୀଙ୍କର ଆଉ ଏକ ବଡ଼ ସଫଳତା । କିସ୍ ବିଶ୍ବବିଦ୍ୟାଳୟର ଛାତ୍ରୀ ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମ୍ ଅଧିନାୟିକା । ୧୯ ବର୍ଷରୁ କମ୍ ଓଡିଶା ମହିଳା ଟି-ଟ୍ବେଣ୍ଟି କ୍ରିକେଟ ଟିମର କ୍ଯାପଟେନ୍ ହୋଇଛନ୍ତି କିସ୍ ଛାତ୍ରୀ ଇନ୍ଦ୍ରାଣୀ ଛତ୍ରିଆ । ସେହିପରି କିସ୍ କଲେଜର ଅନ୍ୟ ଜଣେ ଛାତ୍ରୀ ସୋନାଲି ହେମ୍ବ୍ରମ୍ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି । ପ୍ରଥମ ଥର କିସ୍ ଖେଳାଳିଙ୍କୁ ଏଭଳି ସଫଳତା ମିଳିଛି ।

KISS PHOTO

ଇନ୍ଦ୍ରାଣୀଙ୍କ ନେତୃତ୍ୱରେ ଓଡିଶା ଟିମ୍ ବିସିସିଆଇ ଦ୍ବାରା ଆୟୋଜିତ ହେଉଥିବା ଜାତୀୟ ଟି-ଟ୍ବେଣ୍ଟି ଲିଗରେ ଖେଳିବ । ଆସନ୍ତା ଅକ୍ଟୋବର ୧୪ରେ ପ୍ରଥମ ମ୍ୟାଚ୍ ମଣିପୁର ବିପକ୍ଷରେ ଖେଳିବ । ସେହିପରି ୧୫ରେ ତ୍ରିପୁରା, ୧୮ରେ ମୁମ୍ବାଇ, ୨୦ରେ ଦିଲ୍ଲୀ, ୨୧ରେ ମହାରାଷ୍ଟ୍ର ଏବଂ ୨୩ରେ ଅରୁଣାଚଳ ପ୍ରଦେଶ ସହ ମ୍ୟାଚ୍ ଖେଳିବ ଓଡ଼ିଶା ଦଳ । ଏହାପରେ ସୁପର ଲିଗ୍ ମ୍ଯାଚ୍ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହେବ । ଶେଷରେ ନଭେମ୍ବର ୪ରୁ ୧୮ ତାରିଖ ପର୍ଯ୍ଯନ୍ତ ଫାଇନାଲ ରାଉଣ୍ଡ ଖେଳାଯିବ ।

ଉଭୟ ଖେଳାଳିଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ କିସ୍ ପରିବାର ଅଭିନନ୍ଦନ ଜଣାଇ ସେମାନଙ୍କ ସଫଳତା କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.