Below header

ପୁଣି ବାଜି ମାରିଲା କିସ୍, ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ଶତ ପ୍ରତିଶତ ହାସଲ କଲା ପାସ୍‌ ହାର

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଏଥିରେ କିସ୍‌ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍‌ ହାର ୭୪ ଦଶମିକ ୯୫ ପ୍ରତିଶତ ରହିଥିବା ବେଳେ କିସ୍‌ ପାସ୍‌ ହାର ଶତ ପ୍ରତିଶତ ରହିଛି। କିସ୍‌ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୮ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

kissian

ସ୍କୁଲର ଛାତ୍ର ସାଗର ଓରାମ ସର୍ବାଧିକ ୯୦% ରଖି ସ୍କୁଲ ଟପ୍ପର ହୋଇଛନ୍ତି । ଚଳିତବର୍ଷ ୧୦ ଜଣ ଜନଜାତି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ଜାତୀୟ ସ୍ତରରେ ଖେଳୁଥିବା କିସ୍‌ବିତ୍‌ମାନଙ୍କୁ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ବିପୁଳ ସଫଳତା ମିଳିଛି। ବର୍ଷ ତମାମ ଏମାନେ କ୍ରୀଡ଼ାରେ ବ୍ୟସ୍ତ ରହି ମଧ୍ୟ ଶିକ୍ଷାରେ ଅତି ଉତ୍ତମ ପ୍ରଦର୍ଶନ କରିଛନ୍ତି।

kissian1

କିସ୍‌ର ଏହି ସଫଳତାରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡକ୍ଟର ସାମନ୍ତ କହିଛନ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ସଫଳତା ଆଣି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.