ଝାଡ଼ା ବସିବା ବେଳେ ହଠାତ୍‌ ଟଏଲେଟ୍‌ରୁ ବାହାରିଲା ସାପ, ଆଉ ତା’ପରେ କି ପରିସ୍ଥିତି ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ସାପର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ସାପ ଟଏଲେଟ୍‌ରୁ ବାହାରୁଥିବା ଦେଖାଯାଇଛି। ଟଏଲେଟ୍‌ରେ ସାପକୁ ଦେଖି ଲୋକମାନେ ଡରୁଥିବା ଦେଖାଯାଇଛି। ଟ୍ଵିଟରରେ ଏହି ଭିଡିଓକୁ ଆମେରିକାର ପାଣିପାଗ ବିଜ୍ଞାନୀ ପାୟଟନ୍‌ ମାଲୋନ୍‌ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କହିଛନ୍ତି ତାଙ୍କ ବନ୍ଧୁ ଗୁସ୍‌ ବେଟେ ଟେକ୍ସାସ୍‌ରେ ନିଜ ଶୌଚାଳୟରେ ସାପକୁ ପାଇଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଟଏଲେଟ୍‌ ବାଉଲ ଭିତରୁ ଏକ ସାପ ବାହାରକୁ ବାହାରୁଛି। ସାପଟି ପାଣିରେ ଛଟପଟ ହେଉଛି। ଜଣେ ବ୍ୟକ୍ତି ଏକ ଗ୍ଲୋବ୍ସ ପିନ୍ଧି ସାପକୁ ଧରିବାକୁ ଚେଷ୍ଟା କରୁଛନ୍ତି। ମାଲୋନ୍‌ ଟ୍ଵିଟରରେ ସେୟାର କରିଥିବା ଏହି ୨୯ ସେକେଣ୍ଡର ଭିଡିଓରେ କ୍ୟାପସନ୍‌ ଲେଖିଛନ୍ତି ‘ମୁଁ ସବୁବେଳେ ଭାବୁଥିଲି ଏହା ଏକ ଅତର୍କିତ ଭୟ… ପଶ୍ଚିମ ଟେକ୍ସାସ୍‌ର ଜଣେ ବନ୍ଧୁ ଏହା ପାଇଛନ୍ତି’।

ଅଗଷ୍ଟ ୧୭ ତାରିଖରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏବେ ଯାଏଁ ୨.୩ ମିଲିୟନ୍‌ ଥର ଦେଖାସରିଲାଣି। ସେହିପରି ୭ ହଜାରରୁ ଅଧିକ ଲୋକ ଏଥିରେ କମେଣ୍ଟ କରିଥିବା ବେଳେ ୧୬ ହଜାର ଲାଇକ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.