ଶ୍ୱଶୁର ଘର ଯିବାକୁ ସୋନୁ ସୁଦଙ୍କୁ କାର ମାଗିଲେ ବ୍ୟକ୍ତି, ଉତ୍ତରରେ ଆକ୍ଟର ଦେଲେ ଏମିତି ଜବାବ ପଢ଼ନ୍ତୁ

ସୋନୁ ସୁଦ ଲକଡାଉନ ସମୟରେ ଯେଉଁ ଭଳି ଭାବେ ଅଭାବୀ ଲୋକଙ୍କୁ ସାହାଯ୍ୟର ହାତ ବଢ଼ରଇଛନ୍ତି ତାହା ବହୁତ ପ୍ରଶଂସନୀୟ। ଏବେ ମଧ୍ୟ ସୋନୁ ସୁଦଙ୍କ ସାହାଯ୍ୟ କରିବା ପରମ୍ପରା ଜାରି ରହିଛି। ବଲିଉଡର ରିଅଲ ହିରୋ ସୋନୁ ସୁଦ ଏବେବି ଲଗାତର ଭାବରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ କେବେ କେବେ ଲୋକମାନେ ଆକ୍ଟରଙ୍କୁ ଏମିତି ସାହାଯ୍ୟ ଭିକ୍ଷା କରୁଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ବେଳେବେଳେ ଆକ୍ଟରଙ୍କୁ ବହୁତ ଅଜବ ଡିମାଣ୍ଟ ମଧ୍ୟ କରୁଛନ୍ତି ଲୋକେ। ଏହି ସୋନୁ ମଧ୍ୟ ନିଜ ହିସାବରେ ସେମାନଙ୍କୁ ଜବାବ ଦେଉଛନ୍ତି। ଏବେ ନିକଟରେ ଟ୍ଵିଟର ୟୁଜର ସୋନୁ ସୁଦଙ୍କୁ ଗାଡି  ଦେବା ପାଇଁ ରିକ୍ୱେଷ୍ଟ କରିଛନ୍ତି। ବ୍ୟକ୍ତି ଜଣଙ୍କ ଲେଖିଛନ୍ତି, ‘ହାଏ ସୋନୁ ସାର, ମୋତେ ୨୦ ସେପ୍ଟେମ୍ବରରେ ରାଜସ୍ଥାନ ଯିବା ପାଇଁ ଏକ କାର ଦରକାର ଥିଲା’।

SONU SOODବ୍ୟକ୍ତି ଆଗକୁ ମଧ୍ୟ ଲେଖିଛନ୍ତି, ‘ମୋ ସ୍ତ୍ରୀକୁ ତା ବାପା ମାଆଙ୍କୁ ଦେଖିବାକୁ ଯିବାର ଥିଲା, କଣ ଆପଣ ଗୋଟେ ସପ୍ତାହ ପାଇଁ କାରର ବ୍ୟବସ୍ଥା କରିପାରିବେ। ମୁଁ ଚଲାଉଛି ମୁଁ ନିଜେ ଡ୍ରାଇଭ୍‌ କରିବାକୁ ସାର୍‌। ତେବେ ବ୍ୟକ୍ତିଙ୍କ ଏହି ଟ୍ଵିଟରେ ଆକ୍ଟର ଜବାବ ଦେଇ କ୍ୟାପସନରେ ଲେଖିଛନ୍ତି, ‘ଆପଣ ନିଜେ କାହିଁକି ଚଲାଇବେ? ମୁଁ ତୁମ ପାଇଁ ଗାଡି ଚଲାଇବି। ଆଉ ପ୍ଲିଜ୍‌ କୁହନ୍ତୁ ଯେ ଆପଣଙ୍କୁ କେଉଁ କାର ପସନ୍ଦ। ଆପଣ ଏସି ଟେମ୍ପରେଚର କେତେ ରଖିବାକୁ ଚାହିଁବେ?’


ତେବେ ସୋନୁ ସୁଦଙ୍କ ଏହି କମେଣ୍ଟରେ ଲୋକମାନେ ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ୍‌ ସମୟରେ ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରି ଲୋକମାନଙ୍କ ପାଇଁ ରିଅଲ ହିରୋ ହୋଇଯାଇଛନ୍ତି। ଆଉ କେହି କେହି ତ ତାଙ୍କୁ ଦେବଦୂତ ମଧ୍ୟ କହୁଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.