Below header

ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ଶବର ହେଲା ପୋଷ୍ଟ ମର୍ଟମ, ରିସର୍ଚ୍ଚରୁ ହେବ ଏହି ଖୁଲାସା

ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ଶବର ପୋଷ୍ଟ ମର୍ଟମ କରାଯାଇଛି । ତେବେ ଏହି ପୋଷ୍ଟମର୍ଟମ ମଧ୍ୟପ୍ରଦେଶ ଭୋପାଳର AIIMSରେ କରାଯାଇଛି । ଶରୀରରେ କରୋନା କି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଏହି ପୋଷ୍ଟମର୍ଟମ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶରେ କରାଯାଇଥିବା ଯାଞ୍ଚ ଆଧାରରେ କରୋନା ରୋଗୀଙ୍କୁ କେବଳ ଚିକିତ୍ସା କରାଯାଉଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଅନୁମୋଦନ ପାଇବା ପରେ ଭୋପାଳ AIIMS ରିସର୍ଚ୍ଚ ପାଇଁ ସଂକ୍ରମିତ ଶରୀରର ପୋଷ୍ଟ ମର୍ଟମ କରିଥିଲା । ତେବେ ସେଠାରେ ଅତି କମରେ 10 ସଂକ୍ରମିତ ମୃତ ଦେହର ପୋଷ୍ଟମର୍ଟମ କରାଯିବ।

ବିଦେଶରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି ଯେ ସଂକ୍ରମିତ ରୋଗୀଙ୍କ ହାର୍ଟ, ମସ୍ତିଷ୍କ ଏବଂ ଫୁସଫୁସରେ କରୋନା ରକ୍ତ ଜମାଟ ବାନ୍ଧିଥାଏ । ଭାରତରେ କରୋନା ରୋଗୀଙ୍କ ଶରୀର ଉପରେ ଏହି ଭୂତାଣୁର ପ୍ରଭାବ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, ସେଥିପାଇଁ ଏହି ଗବେଷଣା କରାଯାଉଛି ।

ଭୋପାଳ AIIMS ର ନିର୍ଦ୍ଦେଶକ କହିଛନ୍ତି ଯେ କରୋନା ସଂକ୍ରମିତ ଶବଗୁଡ଼ିକର ପୋଷ୍ଟମର୍ଟମ ପାଇଁ AIIMS ର ଶୀର୍ଷ କମିଟି ଅନୁମତି ଦେଇଛନ୍ତି । କରୋନାର କେଉଁ ଅଙ୍ଗ ଉପରେ ଅଧିକ ପ୍ରଭାବ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ରିସର୍ଚ୍ଚ ପରେ ଡାକ୍ତରମାନେ ଜାଣିପାରିବେ ଯେ ରୋଗୀର କେଉଁ ଅର୍ଗାନକୁ ବଞ୍ଚାଇବାକୁ ପଡିବ । ଯାହାଦ୍ୱାରା କରୋନା ରୋଗୀଙ୍କ ମୃତ୍ୟୁ ହାର ହ୍ରାସ କରିବାରେ ସହାୟକ ହେବ । ଯେପର୍ଯ୍ୟନ୍ତ ଟିକା ନ ଆସିଛି ସେପର୍ଯ୍ୟନ୍ତ ଏହି ପ୍ରତିକାର ମଧ୍ୟ ପ୍ରଭାବଶାଳୀ ହୋଇପାରେ । ଏହା ରୋଗୀର ଅର୍ଗାନକୁ ଫେଲ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.