ଧସିଲା କୋଚିଲା ନଦୀର ନଦୀବନ୍ଧ

ଭଦ୍ରକ : ଧସିଲା ନଦୀବନ୍ଧ। ପ୍ରାୟ ୩ ଶହ ଫୁଟ ତଳକୁ ଦବିଗଲା। ଭଦ୍ରକ ଧାମନଗର ବ୍ଲକ ତରେଇସାହିଠାରେ କୋଚିଲା ନଦୀର ବାମ ପାର୍ଶ୍ୱ ବନ୍ଧ ଧସିଯାଇଛି। ଫଳରେ ନଦୀବନ୍ଧ କୂଳରେ ଥିବା ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ମରାମତି କାମ। ମୋରମ ଓ ବାଲି ପକାଇ କାମ କରାଯାଇଛି। ଲଘୁଚାପ ବର୍ଷାରେ କୋଚିଲା ନଦୀର ସଇଲୋ ଲେଙ୍କା ସାହିରେ ଡାହାଣ ପାର୍ଶ୍ୱ ବନ୍ଧ ପ୍ରାୟ ୧୦୦ ଫୁଟ ଧସି ଯାଇଥିଲା। ଏବେ ପୁଣି ଦବିଛି ନଦୀର ବାମପାର୍ଶ୍ୱ ବନ୍ଧ । ଫଳରେ ଏବେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.