ମୁହଁ ଖୋଲିଲେ କେନ୍ଦୁଝର ରାଜା: ‘୧୬୭୧ରୁ ଚାଲି ଆସୁଥିବା ପରମ୍ପରା ସଂପର୍କରେ ଅନେକ ଜାଣିନାହାନ୍ତି’

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ରଥ ଉଚ୍ଚତା ପ୍ରସଙ୍ଗରେ ମୁହଁ ଖୋଲିଲେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ । ୧୬୭୧ରୁ କେନ୍ଦୁଝରରେ ଚାଲି ଆସୁଥିବା ପରମ୍ପରା ସଂପର୍କରେ ଅନେକ ଜାଣିନାହାନ୍ତି ବୋଲି ସେ କହିଛନ୍ତି।

ବଳଦେବ ଜିଉ ଏଠି ମୁଖ୍ୟ ଠାକୁର। ବଳଭଦ୍ରଙ୍କ ସଂସ୍କୃତି ପରମ୍ପରା ଅନୁସାରେ ରଥର ରୀତିନୀତି ହୋଇଥାଏ। ଏଠାରେ ରଥ ପ୍ରତିବର୍ଷ ନିର୍ମାଣ କରାଯାଏ ନାହିଁ। କାରଣ ରଥଯାତ୍ରା ପରେ ରଥ ଖୋଲାଯାଏ ନାହିଁ। ତେଣୁ ରଥର ଉଚ୍ଚତା କମ ବେଶୀ ହୋଇନଥାଏ ବୋଲି କହିଛନ୍ତି କେନ୍ଦୁଝର ରାଜା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.