Below header

ବଲାଙ୍ଗିର : ଦାଦନ ସର୍ଦ୍ଦାରର ମାଡରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଦାଦନ ସର୍ଦ୍ଦାରର ମାଡରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଲେ ପାଟଣାଗଡ଼ ବ୍ଳକ ଡୁମେରପଦର ଗାଁର ଦଗଦିଶ ମିର୍ଦ୍ଧା । କିଛିଦିନ ପୂର୍ବରୁ ଦଗଦିଶ ଦାଦନ ସର୍ଦ୍ଦାର ବିଷ୍ଣୁ ଠାରୁ ଆଗୁଆ ଟଙ୍କା ନେଇ କାମ କରିବାକୁ କହିଥିଲା । ହେଲେ ଦାଦନ ଖଟିବାକୁ ନଯିବାରୁ ତାଙ୍କୁ ଗୁଣ୍ଡା ଲଗାଇ ଦୁଇଦିନ ଆଗରୁ ଘରୁ ଉଠାଇ ନେଇଥିଲା ସର୍ଦ୍ଦାର । ପରେ ଅଚେତ ଅବସ୍ଥାରେ ଦଗଦିଶଙ୍କୁ ତାଙ୍କ ଘର ଆଗରେ ଛାଡି ଦେଇଥିଲେ । ଗୁରୁତର ଅବସ୍ଥାରେ ଦଗଦିଶଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପାଟଣାଗଡ଼ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.